ଅନୁପ୍ରେବେଶ କରିଛନ୍ତି ୫ ଜଣ ଜୈଶ୍‌ ଆତଙ୍କବାଦୀ, କଶ୍ମୀରରେ ହାଇଆଲର୍ଟ

427
ADVERTISEMENT

ଶ୍ରୀନଗର,୦୨/୦୮ ଏଜେନସି : ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ୍‌ ୫ ଜଣ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ କରିଛନ୍ତି ଏବଂ ସେମାନେ ନିରାପତ୍ତା ବଳ ଉପରେ ଆକ୍ରମଶ କରି ପାରନ୍ତି । ଏଥିଯୋଗୁଁ ସମଗ୍ର ଉପତ୍ୟକାରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନ ଅଧିକୃତ କଶ୍ମୀରରୁ ଏହି ଆତଙ୍କବାଦୀମାନେ ଅନୁପ୍ରବେଶ କରିଛନ୍ତି ବୋଲି ଜଣାପଡ଼ିଛି । ସମସ୍ତ ଆତଙ୍କବାଦୀ ଉଚ୍ଚମାନର ତାଲିମ ପାଇଛନ୍ତି ଏବଂ ସେମାନେ କଶ୍ମୀରରେ ନିରାପତ୍ତା ବଳଙ୍କ ଉପରେ ଆକ୍ରମଣ କରି ପାରନ୍ତି ବୋଲି ସୂଚନା ମିଳିଛି । ଏଥିପାଇଁ ଜମ୍ମୁ ଓ କଶ୍ମୀରରେ କେନ୍ଦ୍ର ସରକାର ପଦାତିକ ବାହିନୀ ଏବଂ ବାୟୁସେନାକୁ ହାଇ ଆଲର୍ଟରେ ରଖିଛନ୍ତି । ଏହାଛଡ଼ା କଶ୍ମୀରରେ ୨୮୦ କମ୍ପାନିରୁ ଅଧିକ ସୈନ୍ୟ ମୁତୟନ କରାଯାଇଛି । ଗତ ସନ୍ଧ୍ୟାରୁ ଭାରତୀୟ ବାୟୁସେନାର ବିମାନ କଶ୍ମୀରର କେତେକ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଛି । ସହରର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥଗୁଡ଼ିକରେ ସେଣ୍ଟ୍ରାଲ୍‌ ଆର୍ମଡ୍‌ ପାରାମିଲିଟାରି ଫୋର୍ସ ମହଜୁଦ ରହିଛନ୍ତି । ସ୍କୁଲ୍‌ ଓ କଲେଜରେ ଗ୍ରୀଷ୍ମାବକାଶ ଗୁରୁବାର ଠାରୁ ଅର୍ଥାତ୍‌ ୧୦ ଦିନ ପୂର୍ବରୁ ଆରମ୍ଭ ହୋଇଛି।

Advertisement