ସାମ୍ବାଦିକତା ପାଇଁ ମାଗ୍‌ସେସେ ପୁରସ୍କାର ପାଇଲେ ରବିଶ କୁମାର

387
ADVERTISEMENT

ନୂଆଦିଲ୍ଲୀ,୦୨/୦୮ ଏଜେନସି : ସମ୍ବାଦିକତା ନିମନ୍ତେ ରବିଶ କୁମାର ମର୍ଯ୍ୟାଦାଜନକ ରମଣ ମାଗ୍‌ସେସେ ପୁରସ୍କାର ବିଜୟୀ ହୋଇଛନ୍ତି । ୨୦୧୯ ମେଗ୍‌ସେସ୍‌ ପୁରସ୍କାର ନିମନ୍ତେ ପାଞ୍ଚ ଜଣ ବିଜୟୀଙ୍କ ମଧ୍ୟରେ ରବିଶ ଅନ୍ୟତମ । ପ୍ରଶଂସା ପତ୍ରରେ ରବିଶଙ୍କୁ ଜଣେ ଗମ୍ଭୀର, ବିଜ୍ଞ ଏବଂ ଉତ୍ତମ ସୂଚନାପ୍ରାପ୍ତ ଆଙ୍କର୍‌ ଭାବେ ବର୍ଣ୍ଣନା କରାଯାଇଛି। ସର୍ବସାଧାରଣଙ୍କ ମତ ପାଲଟି ଯାଉଥିବା ବ୍ୟକ୍ତି ହିଁ ସାମ୍ବାଦିକ ବୋଲି ଏଥିରେ ଉଲ୍ଲେଖ ରହିଛି । ରବିଶ କୁମାରଙ୍କ ନୂଆ ଖବର କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’ ର ଦୃଷ୍ଟାନ୍ତ ଦେଇ ଫାଉଣ୍ଡେସନ୍‌ କହିଛି ଏଥିରେ ସାଧାରଣ ଲୋକମାନଙ୍କର ବାସ୍ତବ-ଜୀବନ ପ୍ରକାଶ ପାଇ ପାରୁ ନ ଥିବା ଖବର ପରିବେଶଣ କରାଯାଉଛି । ବିହାରର ଜିତଓ୍ଵାର୍‌ପୁରରେ ଲାଳିତପାଳିତ ରବିଶ କୁମାର ୧୯୯୬ ମସିହା ଠାରୁ ଏନ୍‌ଡିଟିଭି କାର୍ଯ୍ୟରତ । ଅନ୍ୟ ଚାରି ବିଜେତା ହେଲେ ମିଆଁମାର୍‌ର କୋ ସ୍ୱେ, ଥାଇଲାଣ୍ଡ୍‌ର ଆଙ୍ଗ୍‌ଖାନା ନୀଳପାଇଜିତ୍‌, ଫିଲିପ୍ପିନ୍‌ସ୍‌ର ରେମୁଣ୍ଡୋ ପୁଜାଣ୍ଟେ କାୟାବ୍ୟାବ୍‌ ଏବଂ ଦକ୍ଷିଣ କୋରିଆର କିମ୍‌ ଜୋଙ୍ଗ୍‌-କି । ପୂର୍ବରୁ ଆର୍‌କେ ଲକ୍ଷ୍ମଣ, ପି ସାଇନାଥ, ଅରୁଣ ସୌରୀ, କିରଣ ବେଦି ଏବଂ ଅରବିନ୍ଦ କେଜ୍ରିଓ୍ଵାଲ ଏହି ପୁରସ୍କାର ପାଇଛନ୍ତି।ଟୁଇଟ୍‌ କରି କେଜ୍ରିଓ୍ଵାଲ୍‌ ରବିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisement