Sunday, September 6, 2026
ADVERTISEMENT
Home ଜାତୀୟ ୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ

୩୬ ଘଣ୍ଟା ପରେ ମିଳିଲା ସିଦ୍ଧାର୍ଥଙ୍କ ମୃତଦେହ

323
ADVERTISEMENT

ବେଙ୍ଗାଲୁରୁ୦୧/୦୮ ଏଜେନସି : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କୃଷ୍ଣାଙ୍କ ଜ୍ୱାଇଁ କେଫ୍‌ କଫି ଡେ’ର ମାଲିକ ଭିି.ଜି. ସିଦ୍ଧାର୍ଥଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ନେତ୍ରବତୀ ନଦୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସୋମବାରଠାରୁ ୨ ଶହ ପୋଲିସ ଏବଂ ଉଦ୍ଧାରକାରୀ ଦଳ ୨୫ଟି ଡଙ୍ଗାରେ ଖୋଜାଖୋଜି ଜାରି ରଖିଥିଲେ। ସିଦ୍ଧାର୍ଥଙ୍କ ଉପରେ ୭ ହଜାର କୋଟି ଟଙ୍କାର ଋଣ ବୋଝ ଥିବା କୁହାଯାଉଛି। ସେ ସୋମବାର ମାଙ୍ଗାଲୋର୍‌ ଯିବା ବାଟରେ ନେତ୍ରବତୀ ନଦୀ ଉପରେ ଥିବା ଜେପିନା ମୋଙ୍ଗାରୁ ଜାତୀୟ ରାଜପଥ ଉପରେ କାର୍‌ରୁ ଓହ୍ଲାଇଥିଲେ। ସେ ମୋବାଇଲ୍‌ରେ କଥା ହୋଇ ପୋଲ ଉପରେ ଚାଲବୁଲ୍‌ କରୁଥିଲେ। ତେବେ ଅଧଘଣ୍ଟାରୁ ଅଧିକ ସମୟ ବିତିଗଲେ ମଧ୍ୟ ସିଦ୍ଧାର୍ଥ ନ ଫେରିବାରୁ ଡ୍ରାଇଭରଙ୍କର ସନ୍ଦେହ ହୋଇଥିଲା। ସେ ସିଦ୍ଧାର୍ଥଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। ମୋବାଇଲ୍‌ ସୁଇଚ୍‌ ଅଫ୍‌ ଥିବା ଜଣାପଡ଼ିଥିଲା। ଖୋଜାଖୋଜି କରିବା ସହ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଏନେଇ ଦକ୍ଷିଣ କନ୍ନଡ଼ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisement