Tuesday, September 8, 2026
ADVERTISEMENT
Home Uncategorized ସଙ୍କଟତାରିଣି ସ୍ବୟଂ ସହାୟକ ଗୋଷ୍ଠୀପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ ।

ସଙ୍କଟତାରିଣି ସ୍ବୟଂ ସହାୟକ ଗୋଷ୍ଠୀପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ ।

494
ADVERTISEMENT

ବ୍ରହ୍ମପୁର,୨୬/୯(ସୁଦାମ ମହାରଣା):ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ଦାସିଆମାରି ଗ୍ରାମର ମା ସଙ୍କଟତାରିଣି ସ୍ବୟଂ ସହାୟକ ଗୋଷ୍ଠୀପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି । ବିଶ୍ବ ମହାମାରୀକରୋନା ପରିଚାଳନା ନିମନ୍ତେ ଏହି ଅର୍ଥ ପ୍ରଦାନ କରିଥିବା ମହିଳା ଗୋଷ୍ଠୀ ସୂଚନା ଦେଇଛନ୍ତି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତରେ ବିଡିଓ ବିଜୟକୁମାର ବେହେରାଙ୍କୁ ୧୦ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ଅନୁରୁପା ସାହୁ ,ସମ୍ପାଦକ ରମାଦାସ ସମେତ ସମସ୍ତ ସଭ୍ୟା ଉପସ୍ଥିତ ଥିଲେ ।

Advertisement