Tuesday, September 22, 2026
ADVERTISEMENT
Home ରାଜନୀତି କାହା ଦଖଲକୁ ଯିବ ‘ପାରାଦୀପ’ ଗଡ଼?

କାହା ଦଖଲକୁ ଯିବ ‘ପାରାଦୀପ’ ଗଡ଼?

871
ADVERTISEMENT

ଜଗତସିଂହପୁର- ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ, ଏବେ ଏ ପ୍ରଶ୍ନ ରାଜନୀତିରେ ରୁଚି ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରୁଛି। ପାରାଦୀପ ପୌରପାଳିକା, କୁଜଙ୍ଗ ବ୍ଲକ୍ ଏବଂ ତିର୍ତ୍ତୋଲର ସାତଟି ପଞ୍ଚାୟତକୁ ନେଇ ୨୦୦୯ରେ ଗଠିତ ହୋଇଛି ଏହି ନିର୍ବାଚନମଣ୍ଡଳୀ। ବର୍ତ୍ତମାନ ସ୍ଥିତିରେ ରାଜ୍ୟ ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହୋଇଛି। 
ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେବା ପରେ ନିର୍ବାଚନ ମଣ୍ଡଳୀରେ ଏବେ ବି ଛୋଟ ବଡ଼ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। କିନ୍ତୁ ଦାମ ନିଜେ ନିର୍ବାଚନ ଲଢ଼ିବେ ନା ତାଙ୍କର କୌଣସି ପ୍ରତିନିଧି ପାରାଦୀପରେ ଲଢ଼ାଇବେ, ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ। କେବଳ ସେତିକି ନୁହେଁ ଅନ୍ୟ କେଉଁ ଦଳର ପ୍ରାର୍ଥୀଙ୍କୁ ଦାମ ସମର୍ଥନ କରିବାର ସମ୍ଭାବନାକୁ ମଧ୍ୟ ବର୍ତ୍ତମାନଠାରୁ ଏଡ଼ାଇ ଦିଆଯାଇପାରିବ ନାହିଁ।

Advertisement