ମଞ୍ଚେଷ୍ଟର, ୧୦/୭( ଗୁମ୍ ରଫ ବ୍ୟୁରୋ ): ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ବୁଧବାର ଭାରତକୁ ୧୮ ରନରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡର ୨୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୧୧ ରନରେ ତାର ସମସ୍ତ ୱିକେଟ ହରାଇଛି । ଆଇସିସି ବିଶ୍ୱକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ୍ରେ ବୁଧବାର ଭାରତକୁ ୧୮ ରନ୍ରେ ପରାସ୍ତ କରି ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଫାଇନାଲରେ ଜୁଲାଇ ୧୧ରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ (ଅଷ୍ଟ୍ରେଲିଆ-ଇଂଲଣ୍ଡ)ରେ ବିଜୟୀ ଟିମ୍କୁ ଭେଟିବ। ଭାରତ ୪୯.୩ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୨୨୧ ରନ୍ କରିଛି। ଟିମ୍ ଇଣ୍ଡିଆ ପାଇଁ ଆଶାର ସଂଚାର ମହେନ୍ଦ୍ର ସିଂହ ଧୋନି (୫୦ ରନ୍)ଙ୍କ ଆଉଟ୍ ସବୁଠାରୁ ବଡ଼ କ୍ଷତି। ରବୀନ୍ଦ୍ର ଜାଦେଜା (୭୭ ରନ୍, ୫୯ ବଲ, ୪ ଚୌକା, ୪ ଛକା) ୪୨.୫ ଓଭରରେ ଟ୍ରେଣ୍ଟ ବୋଲଟ୍ଙ୍କ ବଲ ଓ୍ଵିଲିୟମସନ୍ଙ୍କୁ କ୍ୟାଚ୍ ଦେଇ ପାଭଲିଅନ୍ ଫେରିଥିଲେ। ଦ୍ୱିତୀୟ ଇନିଂସରେ ୨୪୦ ରନ୍ ବିଜୟ ଲକ୍ଷ୍ୟ ନେଇ ଟିମ୍ ଇଣ୍ଡିଆର ବ୍ୟାଟିଂ କରିଥିଲା କିନ୍ତୁ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ସ୍କୋର ୨୪ ରନରେ ଗୁରୁତ୍ୱପୂର୍ଣ୍ଣ ୪ଟି ଓ୍ଵିକେଟ୍ ହରାଇଥିଲା। ସ୍କୋର ୪ ରନ୍ରେ ରୋହିତ ଶର୍ମା (୧ ରନ୍), ୫ ରନ୍ରେ ବିରାଟ କୋହଲି (୧ ରନ୍) ଓ ଲୋକେଶ ରାହୁଲ (୧ ରନ) ଆଉଟ୍ ହୋଇଥିଲେ। ଦିନେଶ କାର୍ତ୍ତିକ (୬ ରନ) ମଧ୍ୟ ଆଶାର ସଂଚାର କରିବେ ବୋଲି ଦର୍ଶକ ଭାବୁଥିବା ବେଳେ ସେ ବେଶି ସମୟ କ୍ରିଜ୍ରେ ରହିପାରି ନଥିଲେ। ସପ୍ତମ ଓ୍ଵିକେଟରେ ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଦେଜା ଶତକୀୟ ଭାଗିଦାରୀ (୧୧୬ ରନ୍) ହୋଇପାରିଥିଲେ।




















