୩୧୨ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ମୋଦୀ ସରକାର ;

135
ADVERTISEMENT

ନୂଆଦିଲ୍ଲୀ, ୧୦/୭ (ଡି.ଏଚ.ବି):  କାମରେ ହେଳା କରିଥିବା ଅଭିଯୋଗରେ ୩୧୨ ଜଣ କର୍ମଚାରୀଙ୍କୁ ମୋଦୀ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ନିଜ କାମକୁ ନେଇ ଦାୟିତ୍ବ ହୀନତା ପାଇଁ ଏହି କେନ୍ଦ୍ର କର୍ମଚାରୀମାନଙ୍କୁ ଚାକିରିରୁ ହଟାଇ ଦିଆଯାଇ ଥିବାର ଜଣାପଡିଛି । ଏଥିରେ ବହୁ ବରିଷ୍ଠ ଅଧିକାରୀ ଥିବାବେଳେ ଯୁଗ୍ମ ସଚିବ ସ୍ତରର କିଛି ଅଫିସର ମଧ୍ୟ ରହିଛନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ ସରକାର ଗୃପ -ବି ର ୧୮୭ ଜଣ କର୍ମଚାରୀଙ୍କୁ ଚାକିରିରୁ ହଟାଇଥିବାବେଳେ ଗୃପ୍-ଏ ର ୧୨୫ ଜଣ ଅଫିସରଙ୍କୁ ହଟାଇ ଦେଇଛନ୍ତି । ଲୋକସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଉତ୍ତର ରଖିଛନ୍ତି । ସେ ନିଜ ଉତ୍ତରରେ କହିଛନ୍ତି ଯେ ସାର୍ବଜନିକ ହିତକୁ ନଜରରେ ରଖି ଦାୟିତ୍ୱହୀନ ଅଧିକାରୀଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜୁଲାଇ ୨୦୧୪ ରୁ ମେ ୨୦୧୯ ମଧ୍ୟରେ ହୋଇଥିବା ଅନୁସନ୍ଧାନରେ ‘ଗ୍ରୁପ ଏ’ ର ୩୬ହଜାର ଓ ‘ଗ୍ରୁପ ବି’ ର ୮୨୦୦୦ ଅଧିକାରୀଙ୍କ କାର୍ଯ୍ୟ ଉପରେ ନଜର ରଖାଯାଇଥିଲା । ଏଥିରେ ଜଣାପଡ଼ିଥିଲା ଯେ ୩୧୨ ଜଣ ଅଧିକାରୀ ଲଗାତାର ନିଜ ଦାୟିତ୍ୱକୁ ସଠିକ ଭାବେ କରୁନାହାନ୍ତି । ତେଣୁ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି ।

Advertisement