Wednesday, September 23, 2026
ADVERTISEMENT
Home ଜାତୀୟ ପୁଣି ସାମ୍ନାକୁ ଆସିଲା ଆତଙ୍କବାଦୀକୁ ସମର୍ଥନ କରୁଥିବା ପାକିସ୍ତାନର ଚେହେରା , ଆତଙ୍କବାଦୀ ବୁରହାନ ଓ୍ଵାନିକୁ...

ପୁଣି ସାମ୍ନାକୁ ଆସିଲା ଆତଙ୍କବାଦୀକୁ ସମର୍ଥନ କରୁଥିବା ପାକିସ୍ତାନର ଚେହେରା , ଆତଙ୍କବାଦୀ ବୁରହାନ ଓ୍ଵାନିକୁ ହିରୋ ବୋଲି କହିଲେ ଗଫୁର ;

310
ADVERTISEMENT

ନୂଆଦିଲ୍ଲୀ, ୮/୭(ଡି.ଏଚ.ବି): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପୋଷ୍ଟର ବଏ କୁହାଯାଉଥିବା ଆତଙ୍କବାଦୀ ବୁରହାନ ଓ୍ଵାନିକୁ ପାକିସ୍ତାନ ପୁଣି ଥରେ ହିରୋ ବୋଲି କହିଛି। ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ଆତଙ୍କବାଦୀ ବୁରହାନ ଓ୍ଵାନିକୁ ହିରୋ ବୋଲି କହି ଟୁଇଟ କରିଛନ୍ତି, ଆଜିର ହିରୋ ଆଗାମୀ ପିଢ଼ିଙ୍କୁ ମଜବୁତ ଭବିଷ୍ୟତ ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥାଆନ୍ତି। ଏଥିସହିତ ସେ କହିଛନ୍ତି ତିନିବର୍ଷ ପୂର୍ବରୁ ଆଜିର (ଜୁଲାଇ-୮)ଦିନରେ ଭାରତୀୟ ସେନା ବୁରହାନ ଓ୍ଵାନିକୁ ମାରି ଗଡ଼ାଇ ଥିଲେ। ଉଲ୍ଲେଖନୀୟ କି, ହିଜବୁଲ ମୁଜାହିଦ୍ଦିନ୍‌ର ପୋଷ୍ଟର ବଏ ବୁରହାନ ଓ୍ଵାନି ୨୦୧୬ ଜୁଲାଇ ୮ ତାରିଖରେ ଭାରତର ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ନିହତ ହୋଇଥିଲା। ଆଜି ତାର ତୃତୀୟ ଶ୍ରଦ୍ଧା ବାର୍ଷିକୀ ଅବସରରେ ପାକିସ୍ତାନ ସେନା ପ୍ରବକ୍ତା ଆସିଫ ଗଫୁର ଟୁଇଟ କରି ତାକୁ ହିରୋ ବୋଲି କହିଛନ୍ତି ।

Advertisement