Sunday, September 20, 2026
ADVERTISEMENT
Home ଜାତୀୟ ହସ୍‌ପିଟାଲ୍‌ରେ ଖେଳିଲା ମାଛ !

ହସ୍‌ପିଟାଲ୍‌ରେ ଖେଳିଲା ମାଛ !

285
ADVERTISEMENT

ପାଟନା,୮/୭(ଡି.ଏଚ.ବି): ରାଜଧାନୀ ପଟନାରେ ସବୁଠାରୁ ବଡ଼ ହସ୍‌ପିଟାଲ୍‌ ଏନ୍‌ଏମ୍‌ସିଏଚ ପରିସରରେ ପାଣି ଜମିବା ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ଗତବର୍ଷ ଏନ୍‌ଏମ୍‌ସିଏଚ ହସ୍‌ପିଟାଲ୍‌ରେ ଆଣ୍ଠୁ ପର୍ଯ୍ୟନ୍ତ ପାଣି ଜମି ଥିବା ଦେଖିବାକୁ ମିଳିଥିଲା। ଏହାପରେ ଏଭଳି ଅବ୍ୟବସ୍ଥା ଯେପରି ଦ୍ୱିତୀୟ ଥର ନହୁଏ ସେନଇ ବନ୍ଦୋବସ୍ତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ବି ସମାନ୍ୟ ବର୍ଷାରେ ହସ୍‌ପିଟାଲ୍‌ ଭିତରେ ପାଣି ପଶିଛି । ଏଭଳି ପରିସ୍ଥିତିରେ ରୋଗୀ ଓ ରୋଗୀଙ୍କ ପରିଜନଙ୍କୁ ହସ୍ତସନ୍ତ ହେବାକୁ ପଡ଼ୁଛି। ଏନ୍‌ଏମ୍‌ସିଏଚ ହସ୍‌ପିଟାଲ୍‌ରେ ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ନହେଉଣୁ ପାଣି ଜମିବା ଦେଖିବାକୁ ମିଳିଛି। ଏମିତି କି ରୋଗୀଙ୍କ ବେଡ୍‌ ତଳେ ଜମି ଥିବା ପାଣିରେ ମାଛ ପହଁରୁଥିବା ଦେଖିବାକୁ ମିଳିଥିଲା। ଗତବର୍ଷ ବି ଏନ୍‌ଏମ୍‌ସିଏଚ ହସ୍‌ପିଟାଲ୍‌ର ଅବସ୍ଥା ଖରାପ ଥିଲା। ଆଇସିୟୁରୁ ନେଇ ପ୍ରତ୍ୟେକ ଓ୍ଵାର୍ଡରେ ବର୍ଷା ପାଣି ଜମି ରହିଥିଲା । ଏଭଳି ପରିସ୍ଥିତି ପରେ ରୋଗୀଙ୍କ ଠାରୁ ନେଇ ପରିଜନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା । ପାଣି ଆଇସିୟୁ ବେଡ ପର୍ଯ୍ୟନ୍ତ ଭରି ଯାଇଥିଲା। ଏହି ମାମଲାକୁ ନେଇ ବିହାରରେ ରାଜନୀତି ବି ଦେଖିବାକୁ ମିଳିଥିଲା।

Advertisement