Tuesday, September 8, 2026
ADVERTISEMENT
Home Uncategorized ତାମିଲନାଡୁ ଓ ହାଇଦ୍ରାବାଦରୁ ଫେରିଲେ ୨୮ ପ୍ରବାସୀ ଓଡ଼ିଆ

ତାମିଲନାଡୁ ଓ ହାଇଦ୍ରାବାଦରୁ ଫେରିଲେ ୨୮ ପ୍ରବାସୀ ଓଡ଼ିଆ

350
ADVERTISEMENT

କନ୍ଧମାଳ ୨୨/୦୫(ଅନନ୍ତ କୁମାର ଦିଗାଲ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ମଧ୍ୟକୁ ବିଭିନ୍ନ ରାଜ୍ୟ ରେ ରହିଥିବା ପ୍ରବାସୀ ଓଡ଼ିଆ ଙ୍କୁ ଫେରିବା ନେଇ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଆଜି ଖଜୁରୀପଡ଼ାର ଦୁତିପଡା ବାଳିକା ଉଚ୍ଚ ବିଦ୍ୟାଳୟକୁ ୨୮ ଜଣ ପ୍ରବାସୀ ଓଡ଼ିଆ ଫେରିଛନ୍ତି । ପୂର୍ବରୁ ଏହି ସଙ୍ଗ ରୋଧ କେନ୍ଦ୍ର ରେ ୨୧ ଜଣ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଆଜି ସୁଦ୍ଧା ସମୁଦାୟ ୪୯ ପ୍ରବାସୀ ରହିଥିବା ଜଣାପଡ଼ିଛି । ଆଜି ସମସ୍ତ ପ୍ରବାସୀ ଙ୍କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂହ କହଁର, ପିଇଓ ସୁନିଲ କୁମାର ବେହେରା ଜିଆରଏସ ଶ୍ରବଣ କୁମାର ପଣ୍ଡା ବିଏସଏସଓ ତ୍ରୁଷା ନାୟକ ଜିପିଇଓ ସୋନମ ବେହେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଙ୍କୁ ବସ୍ ରୁ ନେଇ ସଙ୍ଗ ରୋଧ କେନ୍ଦ୍ର କୁ ନେଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ନିମାଇଁ ଚରଣ ବିଶି ଏବଂ ମେଡିକାଲ ଟିମ୍ ସମସ୍ତଙ୍କୁ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ। ଖଜୁରୀପଡ଼ା ଥାନା ଅଧିକାରୀ ରମାକାନ୍ତ ପାତ୍ର ଙ୍କ ସହ ପୋଲିସ ଟିମ୍ ସମସ୍ତ ସୁରକ୍ଷା ପ୍ରଦାନ କରିଥିଲେ।

Advertisement