Tuesday, September 8, 2026
ADVERTISEMENT
Home Uncategorized ବୁଡ଼ାରାକାଡ଼ି ଗ୍ରାମରେ ପହଞ୍ଚିଛନ୍ତି ପଂଚାୟତ ଏବଂ ସ୍ୱାସ୍ଥ୍ୟକର୍ମୀ

ବୁଡ଼ାରାକାଡ଼ି ଗ୍ରାମରେ ପହଞ୍ଚିଛନ୍ତି ପଂଚାୟତ ଏବଂ ସ୍ୱାସ୍ଥ୍ୟକର୍ମୀ

ଗ୍ରାମରେ ହଠାତ୍ ଲୋକଙ୍କୁ ଜ୍ୱରଝାଡ଼ା ହେଉଥିବା ସୂଚନା ପାଇ

463
ADVERTISEMENT

ଖଜୁରୀପଡ଼ା,୧୮/୫(ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ଅରାପାଜୁ ଗ୍ରାମପଞ୍ଚାୟତ ବୁଡାରାକାଡ଼ି ଗ୍ରାମରେ ହଠାତ୍ ଲୋକଙ୍କୁ ଜ୍ୱରଝାଡ଼ା ହେଉଥିବା ସୂଚନା ପାଇ ମୋବାଇଲ୍ ହେଲଥ ୟୁନିଟ ଟିମ୍ ଏବଂ ଗ୍ରାମପଞ୍ଚାୟତ ସରପଂଚ ହିମାଂଶୁ ଶେଖର ଯାନୀ ପି.ଇ.ଓ.ସୁନିଲ କୁମାର ବେହେରା ଗ୍ରାମ ସାଥି ବିକ୍ରମସେନ ଦେହୁରୀ ପ୍ରମୁଖ ପହଞ୍ଚି ଘଟଣାର ଅନୁଧ୍ଯାନ କରିଛନ୍ତି।୩ଦିନ ପୂର୍ବରୁ ଗ୍ରାମରେ କିଛି ପରିବାର ରେ ଜ୍ୱର ଝାଡ଼ା ଲାଗିରହିଥିବା ବେଳେ ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଶା ଅଙ୍ଗନୱାଡ଼ି କର୍ମିଙ୍କ ଦ୍ୱାରା ଓୌଷଧ ପ୍ରଦାନ କରାଯାଇ ଗ୍ରାମର ସମସ୍ତ କୂପ ନଳକୂପ କୁ ବ୍ଲିଚ୍ କରାଯାଇଛି।ସେହିଭଳି ଗ୍ରାମର ଯୁବକ ସନ୍ତୋଷ ବେହେରା କୌଣସି ଅଜଣା ରୋଗରେ ଶଯ୍ୟାସାୟୀ ରହିଥିବା ବେଳେ ପିଇଓ ସୁନିଲ କୁମାର ବେହେରା ଏବଂ ସରପଂଚ ହିମାଂଶୁ ଶେଖର ଯାନୀ ତାଙ୍କର ପରବାର କୁ ଭେଟି କିଛି ଆର୍ଥିକ ସହାୟତା ପ୍ରଦାନ ସହ ତାଙ୍କର ସମସ୍ତ ସରକାରୀ ସହାୟତା ପାଇଁ ଉଦ୍ୟମ କରିବେ ବୋଲି ସୁଚନା ଦେଇଛନ୍ତି।

Advertisement