Sunday, September 27, 2026
ADVERTISEMENT
Home କୋରାପୁଟ କୋଟପାଡ଼ ସହରରେ କୋରନା ଭୁତାଣୁ ସହ ଲଢେଇ ଜାରୀ ସହ ସଂକ୍ରମଣ ରୋକିବା ପାଇଁ ସାନିଟାଇଜିଙ୍ଗ

କୋଟପାଡ଼ ସହରରେ କୋରନା ଭୁତାଣୁ ସହ ଲଢେଇ ଜାରୀ ସହ ସଂକ୍ରମଣ ରୋକିବା ପାଇଁ ସାନିଟାଇଜିଙ୍ଗ

545
ADVERTISEMENT

କୋଟପାଡ଼,୩।୪(ସୁନୀଲ ଦାଶ): କୋରାପୁଟ ଜିଲ୍ଲାର କୋଟପାଡ଼ ସହରରେ ଯୁଦ୍ଧକାଳୀନ ଭିତ୍ତିରେ ଏନ. ଏ. ସି. କର୍ତୃପକ୍ଷ ଏବଂ ଓଡିଶା ଅଗ୍ନିସମ ବିଭାଗ ଦ୍ୱାରା ଚାଲିଛି କୋରନା ଭୁତାଣୁ ସହ ମୁକାବିଲା l ସମୟର ପ୍ରତିକୂଳ ପରିସ୍ଥିତି ଏବଂ କୋରନା ଭୁତାଣୁର ଭୟାବହ ସଂକ୍ରମଣ ରୋକିବା ପାଇଁ ପ୍ରତିବଦ୍ଧତାର ସହକାରେ ଚାଲିଛି ସାନିଟାଇଜ ବ୍ୟବସ୍ଥା l ସମଗ୍ର ସହର ଏବଂ ଗଳିକନ୍ଦିରେ ଦମକଳ ଗାଡି ଓ ଛିଞ୍ଚନକଳ ଦ୍ୱାରା ହଉଛି ସାନିଟାଇଜର ଔଷଧର ଛିଞ୍ଚନ l ସମ୍ପୂର୍ଣ ତାଲାବନ୍ଧ ଏବଂ ସାମାଜିକ ଦୂରତ୍ୱ ରକ୍ଷା କଲେ ନିଶ୍ଚିତ ଭାବେ ଆମେ କୋଭିଡ- ୧୯ ସହ ଲଢେଇ ଜିତି ପାରିବା ସେଥିରେ ସନ୍ଦେହ ନାହିଁ କିନ୍ତୁ ତା ସାଥେ ସାଥେ ଆମେ ସ୍ୱଚ୍ଛତା
ଉପରେ ଧ୍ୟାନଦେବା ନିତ୍ୟାନ୍ତ ଆବଶ୍ୟକ ରହିଛି l ପ୍ରତ୍ୟେକ ବ୍ୟକ୍ତି ନିଜସ୍ୱ ହାତ, ଶରୀର ଏବଂ ଗୃହ ବାରମ୍ବାର ସାନିଟାଇଜ କରିବା ସହ ସାମୁହିକ ଦୃଷ୍ଟିକୋଣରେ ସମଗ୍ର ସହରର ସ୍ୱଚ୍ଛତାର ମଧ୍ୟ ଜରୁରୀ ରହିଛି l ଆମେ ଯଦି ବିଶ୍ୱ ଇତିହାସର ମହାମାରୀ ସମ୍ବନ୍ଧୀୟ ବିଷୟକୁ ଅନୁଧ୍ୟାନ କରିବା ଏବଂ ବର୍ତମାନ ସମୟରେ ଯଉଁ ଚୀନ ଠାରୁ ଏହି ମହାମାରୀର ଉତ୍ପତ୍ତି ସେଠାରେ ମଧ୍ୟ ସମ୍ପୂର୍ଣ ସହର ଗୁଡିକୁ ସାନିଟାଇଜ କରିବାରେ ଆମେ ଦେଖିବାକୁ ପାଇଛେ l ଏହି ପରିପେକ୍ଷୀରେ ଏନ.ଏ.ସି. କର୍ତୃପକ୍ଷ ଦ୍ୱାରା କୋଟପାଡ଼ ସହରର ସାନିଟାଇଜ ବ୍ୟବସ୍ଥା ଏକ ସ୍ୱାଗତ ଯୋଗ୍ୟ ଏବଂ ଗୁରୁତ୍ୱପୁର୍ଣ ପଦକ୍ଷେପ ଅଟେ l

Advertisement