କରୋନା ମୁକାବିଲା ଓ ଚିକିତ୍ସା ଖର୍ଚ୍ଚ ପାଇଁ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ୦୧ କୋଟି ଟଙ୍କା ପ୍ରଦାନ କରିଛନ୍ତି

389
ADVERTISEMENT

କୋରାପୁଟ ,୩।୪( ଦୟାନିଧି ପଟନାୟକ ) : ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁରରେ ଭେଣ୍ଟିଲେଟର ଏବଂ କରୋନା (କୋଭିଡି – ୧୯) ପାଇଁ ବିଭିନ୍ନ ସରଞ୍ଜାମ କିଣିବା ନିମନ୍ତେ କୋରାପୁଟ ଜିଲ୍ଲାପାଳଙ୍କୁ ପୂର୍ବେ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।
ଆଜି ପୁଣି ଥରେ ୫୦ଲକ୍ଷ ଟଙ୍କା କୋରାପୁଟ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଯାହା କି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁର ଠାରେ କରୋନା(କୋଭିଡି – ୧୯) କୁ ମୁକାବିଲା କରିବା ପାଇଁ ଭେଣ୍ଟିଲେଟର ଏବଂ କରୋନା(କୋଭିଡି – ୧୯) ପାଇଁ ବିଭିନ୍ନ ସରଞ୍ଜାମ କିଣିବା ନିମେନ୍ତେ ଗତ କାଲି ମଧ୍ୟ ୫୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଯାହାଦ୍ୱାରା କି ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ବାହିନୀପତି ଜୟପୁର ତଥା କୋରାପୁଟ ଜିଲ୍ଲା କୁ କରୋନାରୁ ମୁକ୍ତ କରିବା ପାଇଁ ସମୁଦାୟ ୧କୋଟି ଟଙ୍କା କରୋନା ମୁକାବିଲା କୋରିବା ନିମନ୍ତେ ପ୍ରଦାନ କଲେ । କାହିଁକି ନା ସାରା ଦେଶ ଏବେ କରୋନା(କୋଭିଡି – ୧୯) କୁ ନେଇ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଅଛି । ସେଇସବୁ କୁ ଦୃଷ୍ଟିରେ ରଖି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜୟପୁରରେ କରୋନା(କୋଭିଡି – ୧୯) କୁ ମୁକାବିଲା କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସରଞ୍ଜାମ ନଥିବା ହେତୁ ସେଇ ସବୁ ସରଞ୍ଜାମ କିଣିବା ନିମନ୍ତେ ସମୁଦାୟ ୧କୋଟି ଟଙ୍କା ପ୍ରଦାନ କଲେ ।

Advertisement