Monday, September 28, 2026
ADVERTISEMENT
Home କୋରାପୁଟ ଅମାନିଆ ଏବଂ ଆଇନ ଉଲଂଘନ କାରି ଜନତା ଓ ଦୋକାନୀଙ୍କୁ ଏନ. ଏ.ସି କାର୍ଯ୍ୟନିର୍ବାହୀ...

ଅମାନିଆ ଏବଂ ଆଇନ ଉଲଂଘନ କାରି ଜନତା ଓ ଦୋକାନୀଙ୍କୁ ଏନ. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତାଗିଦ

403
ADVERTISEMENT

କୋଟପାଡ଼,୨୭ା୩(ସୁନୀଲ ଦାସ ) : ଓଡିଶା ଓ ଛତିଶଗଡ ସୀମାନ୍ତ ଅଂଚଳ କୋଟପାଡ଼ ଠାରେ ଭୟାବହ କୋରନାର ସଂକ୍ରମଣ ରୋକିବା ପାଇଁ ସଜାଗ ହୋଇ ନିଜ ଦାଇତ୍ୱ ତୁଲାଉଛନ୍ତି ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଲୋକ ରଞ୍ଜନ ସାମନ୍ତରାୟ l ଭାରତ ସରକାର ଦେଶ ବ୍ୟାପି ତାଲାବନ୍ଦ ଘଷଣା କଲାପରେ ଏବଂ ରାଜ୍ୟ ସରକାରର ଏଡ଼ଭାଇଜରୀ ଜାରୀ ହେବାପରେ l କୋଟପାଡ଼ ଅଞ୍ଚଳରେ ଦେଖିବାକୁ ମିଳୁଛି କିଛି ଅମାନିଆ ବେପରୁଆ ଲୋକ ଅତିଆବଶ୍ୟକିୟ ସାମଗ୍ରୀ ଯଥା କିରାଣୀ ସଉଦା, ପନିପରିବା, ଚିକେନ, ମଟନ ଏବଂ ଔଷଧ କିଣିବା ଆଡରେ ଏଣେ ତେଣେ ବୁଲିବା ସହ ଦୋକାନ ସାମ୍ନାରେ ଅନାବଶ୍ୟକ ଭିଡ଼ ଜମାଇବାରେ ଦେଖିବାକୁ ମିଳୁଛି l ଏହିପରି ବିପତ୍ତି ସମୟରେ ଏହା ସଂକ୍ରମଣର କାରକ ହୋଇପାରେ l ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ଅନୁସାରେ ବିଶ୍ୱ ବ୍ୟାପି କୋଭିଡ଼-୧୯ ଭୁତାଣୁ ରୋକିବା ର ଏକମାତ୍ର ପନ୍ଥା ରହିଛି ତାହା ହଉଛି ସୋଶିଆଳ ଡିଷ୍ଟାନ୍ସଇଂ ଏହି ଆଧାରରେ ହିଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲକଡାଉନର ଘୋଷଣା କରିଛନ୍ତି l ବିଭିନ୍ନ ନିଉଜ ଚାନାଲ, ସୋସିଆଲ ମିଡ଼ିଆ ଏବଂ କୋଲର ଟିଉନ ଏବଂ ରେଡ଼ିଓ ମାଧ୍ୟମରେ ଲୋକଙ୍କୁ ଏହି ବ୍ୟାପକ ମହାମାରୀ ସମ୍ବନ୍ଧରେ ସଚେତନ କରାଉଥିଲେ ସୁଦ୍ଧା ପରିସ୍ଥିତିର ବିଡମ୍ବନାକୁ ନବୁଝିପାରି କିଛି ଲୋକେ ଖୁଲା ଖୁଲୀ ନିୟମ ଉଲଂଘନ କରୁଛନ୍ତି l ଏହି ତଥ୍ୟ ଶ୍ରୀ ସାମନ୍ତରାୟଙ୍କ ଦୃଷ୍ଟିଗୋଚର ହେବା ପରେ ସେ ତାଙ୍କ ଅଫିସ କାର୍ଯ୍ୟକର୍ତା ଙ୍କୁ ସାଥିରେ ନେଇ ଜାନତା ଏବଂ ଦୋକାନୀ ଙ୍କୁ ସଚେତନ କରାଇବା ସହ ଗ୍ରାହକଙ୍କ ମଧ୍ୟରେ କିପରି ଦୂରତ୍ୱ ବ୍ୟବଧାନ ରକ୍ଷା କରାଯିବ ତାହାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯଦି କୌଣସି ଦୋକାନୀ ଏହି ନିୟମକୁ କଡା କଡୀ ଭାବେ ପାଳନ ନକରେ ତା ହେଲେ ତାଙ୍କ ଉପରେ ବାଧ୍ୟହୋଇ କାର୍ଯ୍ୟନୁଷ୍ଠାନ କରିବା ସହ ଜରିମାନା ମଧ୍ୟ ଆଦାୟ କରାଯିବ l

Advertisement