ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

335
File Image: Image used for representational purpose only
ADVERTISEMENT

ନୂଆଦିଲ୍ଲୀ, ୨୪/୦୩ (ଡ଼ିଏଚ) : କୋଭିଡ-୧୯ ଜରୁରିକାଳୀନ ପାଣ୍ଠିକୁ ଅର୍ଥଦାନ ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି ।

“କୋଭିଡ-୧୯ ଜରୁରିକାଳୀନ ପାଣ୍ଠିକୁ ୧.୫ ମିଲିୟନ ଆମେରିକୀୟ ଡଲାର ଅର୍ଥଦାନର ଘୋଷଣା ଲାଗି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶେଖ ହସିନାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆମମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ସହିତ ମିଳିମିଶି କାମ କରିବା ଦ୍ଵାରା କୋଭିଡ-୧୯ର ଆହ୍ଵାନ ବିରୁଦ୍ଧରେ ଆମେ ସହଜରେ ବିଜୟ ଲାଭ କରିପାରିବା,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Advertisement