Wednesday, August 19, 2026
ADVERTISEMENT
Home ଜାତୀୟ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବେନି ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

ଦେଶଦ୍ରୋହ ଆଇନ ଉଚ୍ଛେଦ କରିବେନି ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

291
ADVERTISEMENT

ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି): ଭାରତୀୟ ଦଣ୍ଡ ସଂହିତା(ଆଇପିସି)ଅନ୍ତର୍ଗତ ଦେଶଦ୍ରୋହ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ନାହିଁ। ଏନେଇ ରାଜ୍ୟସଭାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲିଖିତ ଭାବେ ଉତ୍ତର ଉପସ୍ଥାପନ କରାଯାଇଛି। ଦେଶଦ୍ରୋହୀ,ଆତଙ୍କବାଦୀ ତଥା ବିଚ୍ଛିନ୍ନତାବାଦୀଙ୍କଠାରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଆଇନ ଅପରିହାର୍ଯ୍ୟ। କଂଗ୍ରେସ ପକ୍ଷରୁ ୨୦୧୯ ଲୋକ ସଭା ନିର୍ବାଚନରେ ଏହାର ଘୋଷଣା ପତ୍ରରେ ଦେଶଦ୍ରୋହ ଆଇନ ଉଚ୍ଛେଦ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ଆଇପିସି ଧାରା ୧୨୪-କ ଅନ୍ତର୍ଗତ ବ୍ରିଟିଶ୍‌ ସମୟରୁ ପ୍ରଚଳିତ ଏହି ଆଇନର ଉଚ୍ଛେଦ କରାଯିବାର ଯୋଜନା ରହିଛି କି ନାହିଁ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି।

Advertisement