Tuesday, September 8, 2026
ADVERTISEMENT
Home ଜାତୀୟ ଏୟାର ଇଣ୍ଡିଆ ବିନିବେଶ ନିଶ୍ଚିତ: ସୂଚନା ଦେଲେ ସରକାର

ଏୟାର ଇଣ୍ଡିଆ ବିନିବେଶ ନିଶ୍ଚିତ: ସୂଚନା ଦେଲେ ସରକାର

298
ADVERTISEMENT

ନୂଆଦିଲ୍ଲୀ, ୩/୭ (ଡି.ଏଚ.ବି) : କ୍ଷତିରେ ଚାଲୁଥିବା ଏଆର ଇଣ୍ଡିଆର ବିନିବେଶ ନିଶ୍ଚିତ। ଏନେଇ ସରକାରଙ୍କ ପକ୍ଷରୁ ରାଜ୍ୟ ସଭାରେ ଦିଆଯାଇଥିବା ଏକ ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ ଏବେ ଚଳାଇବା ଅସମ୍ଭବ। ପ୍ରତିଦିନ ଏଥିରେ ୧୫ କୋଟି ଟଙ୍କାର କ୍ଷତି ହେଉଛି। ଏହା ସହିତ ଏୟାର ଇଣ୍ଡିଆରେ ୨୦ଟି ବିମାନ କମ୍‌ ମଧ୍ୟ ରହିଛି। ଏହାର ସ୍ଥିତିରେ ସୁଧାର ଲାଗି ଏଥିରେ ବିନିବେଶ ଜରୁରୀ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ଚଳିତ ବର୍ଷ ଏୟାର ଇଣ୍ଡିଆକୁ ୯ ହଜାର କୋଟି ଟଙ୍କାର ଋଣ ପରିଶୋଧ କରିବାକୁ ପଡ଼ିବ। ସରକାର ଏହାକୁ ନିଜର ୭୬ ପ୍ରତିଶତ ଅଂଶୀଦାର ଭିତ୍ତିରେ ବିକ୍ରି କରିବା ପାଇଁ ଯୋଜନା କରିଥିବା ହରଦୀପ୍‌ କହିଛନ୍ତି।

Advertisement