Friday, September 25, 2026
ADVERTISEMENT
Home କୋରାପୁଟ କୋରାପୁଟ ଜିଲ୍ଲାରେ ଜନତା କର୍ଫ୍ୟୁର ସମର୍ଥନ କରିବା ଦେଖିବାକୁ ମିଳିଛି

କୋରାପୁଟ ଜିଲ୍ଲାରେ ଜନତା କର୍ଫ୍ୟୁର ସମର୍ଥନ କରିବା ଦେଖିବାକୁ ମିଳିଛି

448
ADVERTISEMENT

କୋରାପୁଟ,୨୩।୩(ସୁନୀଲ ଦାଶ ) :ରବିବାର ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାଇଗଡା ଏବଂ କଳାହାଣ୍ଡି ଜିଲ୍ଲା ର ସମସ୍ଥ ସହର ଏବଂ ଗାଁ ଗହଳିରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି l ସମସ୍ତ ଦୋକାନ ବଜ଼ାର ବନ୍ଦ ରହିବା ସହ ରାସ୍ତା ଘାଟ ଜନଶୂନ୍ୟ ଥିବାର ଦେଖିବାକୁ ମିଳିଛି l ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଏବଂ କୋରନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଗୋଟିଏ ଦିନର ସଫଳ ବନ୍ଦପାଳନ ଦେଖିବା କୁ ମିଳିଛି l ଯେହେତୁ ଅଭିଭକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଂଚଳ ହୋଇଥିଲେ ସୁଦ୍ଧା ସମସ୍ଥ ଗାଁ ରେ ଜନସାଧାରଣ ସଚେତନ ହୋଇଥବାର ପରିଚୟ ଦେଇଛନ୍ତି ଏବଂ ସାନ୍ଧ୍ୟ ସମୟ ରେ ସମସ୍ଥ ଲୋକେ ନିଜ ନିଜ ଘରେ ସମସ୍ଥ ଗ୍ରାମ ଏବଂ ସହର ରେ ଶଙ୍କ ନାଦ , ଘଣ୍ଟି, ଘଣ୍ଟା ଏବଂ ଥାଳି ବଜାଇ ଜାତି ଧର୍ମ ନିର୍ବିଶେଷରେ ଏକ ହୋଇ କୋରନା ଭୁତାଣୁ କୁ ଲଢ଼ିବା ର ବାର୍ତା ଦେଇଛନ୍ତି ତା ସାଥେ ସାଥେ ଏହି ମହାମାରୀକୁ ରୋକିବାରେ ପ୍ରୟାସ କରୁଥିବା ଏବଂ ସଜାଗ ରହି ଜନ ସଚେତନ କରୁଥିବା ସମସ୍ଥ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କର୍ମୀ, ସାମ୍ବାଦିକ ଗଣମାଧ୍ୟମକୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି l

Advertisement