ଚର୍ଚ୍ଚା: ଚଳିତ ବିଶ୍ୱକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇପାରନ୍ତି ମହେନ୍ଦ୍ର ସିଂ ଧୋନୀ

182
ADVERTISEMENT

ମୁମ୍ବାଇ, ୩/୭ (ଡି.ଏଚ.ବି): ଚଳିତ ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଜଗତରୁ ବିଦାୟ ନେଇପାରନ୍ତି  ମହେନ୍ଦ୍ର ସିଂ ଧୋନୀ । ଏବେ ଜାତୀୟ ଗଣମାଧ୍ୟମରେ ଏଭଳି କିଛି ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ମୁତାବକ ଏହା ଧୋନୀଙ୍କ ପାଇଁ ବିଦାୟକାଳୀନ ମ୍ୟାଚ୍ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବିସିସିଆଇର ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚଳିତ ବିଶ୍ୱକପ ପରେ ଧୋନୀ ଆଉ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ନ ଖେଳି ପାରନ୍ତି । ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଟେଷ୍ଟରୁ ଅବସର ନେଇ ସାରିଛନ୍ତି । ଏହାସହ ଦିନିକିଆ, ଟେଷ୍ଟ୍ ଓ ଟି-୨୦ ଭଳି ୩ଟି ଫର୍ମାଟରୁ ଅଧିନାୟକ ପଦକୁ ମଧ୍ୟ ନିଜେ ଛାଡ଼ି ଦେଇଛନ୍ତି । ସବୁଠାରୁ ବଡ଼କଥା ହେଲା କି, ଚଳିତ ବିଶ୍ୱକପ୍ ପରେ ଆସନ୍ତା ୨୦୨୦ରେ ଅଷ୍ଟ୍ରେଲିଆ ଠାରେ ଆଇସିସି ଟି-୨୦ ବିଶ୍ୱକପ ପ୍ରତିଯୋଗିତା ଆୟୋଜନ ହେବ । ତେଣୁ ଧୋନୀଙ୍କ ବଦଳରେ ନୂଆ ପ୍ରତିଭାଙ୍କୁ ଦଳରେ ସୁଯୋଗ ଦେବାକୁ ଚୟନକର୍ତ୍ତା କମିଟି ସବୁ ଦିଗକୁ ଦୃଷ୍ଟିରେ ରଖି ନିଷ୍ପତି ନେଇପାରନ୍ତି ବୋଲି ବିସିସିଆଇ ବରିଷ୍ଠ ଅଧିକାରୀ କହିଛନ୍ତି ।

Advertisement