Monday, September 28, 2026
ADVERTISEMENT
Home କୋରାପୁଟ ଓଡିଶାର କୋରାପୁଟ ଜିଲ୍ଲା ବାସିନ୍ଦା ଶ୍ରୀ ଶଙ୍କର ରାଓଙ୍କୁ ମିଳିଛି ସେବା ରତ୍ନ ଜାତୀୟ...

ଓଡିଶାର କୋରାପୁଟ ଜିଲ୍ଲା ବାସିନ୍ଦା ଶ୍ରୀ ଶଙ୍କର ରାଓଙ୍କୁ ମିଳିଛି ସେବା ରତ୍ନ ଜାତୀୟ ପୁରସ୍କାର

553
ADVERTISEMENT

କୋଟପାଡ଼,୧୮।୩ (ସୁନୀଲ ଦାଶ ) : କୋଟପାଡ ବରିଷ୍ଠ ସମାଜସେବୀ ତଥା କୋଟପାଡ ବିଜ୍ଞାପିତ ଅଞ୍ଚଳର ପୁର୍ବତନ ଅଧକ୍ଷ ଶଙ୍କର ରାଓଙ୍କୁ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସେବା ରତ୍ନ ଜାତୀୟ ପୁରସ୍କାର ମିଳିଛି। ତିରୁପତି ଠାରେ ଅନୁଷ୍ଠିତ ବହୁଜନ ସାହିତ୍ୟ ଏକାଡେମିର ସମାରହରେ ତାଙ୍କୁ ଏହି ସନ୍ନମାନ ପୁରସ୍କାର ପ୍ରଦାନ କରାଯାଇଛି l ବହୁ ବର୍ଷ ଧରି ଶଙ୍କର ରାଓ କୋଟପାଡର ଆଖପାଖ ଅଞ୍ଚଳର ଗରିବ ଶ୍ରେଣୀ ର ଜଟିଳ ରୋଗରେ ଆକ୍ରାନ୍ତ ଲୋକଙ୍କୁ ମାଗଣା ଚିକିତ୍ସା ତଥା ସହୋଜଗ ରାଶି ଯୋଗାଇବା ଆଦି ମେଡିକାଲ୍ କାର୍ଯ୍ୟରେ ସହାୟତା କରିବା ଓ ଲୋକଙ୍କୁ ବାହାରେ ଚିକିତ୍ସା ପାଇଁ ସ୍ଥାନାନ୍ତରଣ କରିବାରେ ସହଯୋଗ କରି ଆସୁଛନ୍ତି ଏପରିକି ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାର ନିକଟରେ ପହଞ୍ଚାଇବାରେ ସଫଳତା ହୋଇପାରିଛନ୍ତି ଏହି ପୁରସ୍କାର ପାଇବା ପରେ କୋଟପାଡ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଫୁଟିଛି l ନିଶ୍ଚିତ ଭାବେ ଯିଏ ମାନବ ସେବା ରେ ନିଜକୁ ଲିପ୍ତ ରଖେ ବାଧା ବିଘ୍ନ ଏବଂ ନିନ୍ଦା ଓ ଅପମାନ ତ ହଜାରେ ସହିବାକୁ ପଡିଥାଏ କିନ୍ତୁ ସମୟ ତାଙ୍କ ମାର୍ଜିତ ଛବିକୁ ସନ୍ନମାନ ର ସହ ଉଜାଗର କରିଥାଏ l

Advertisement