Wednesday, August 19, 2026
ADVERTISEMENT
Home ଜାତୀୟ ମନ୍ଦିର ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୁଲିସ କମିଶନରଙ୍କୁ ସମନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

ମନ୍ଦିର ଭଙ୍ଗାରୁଜା ଘଟଣାରେ ଦିଲ୍ଲୀ ପୁଲିସ କମିଶନରଙ୍କୁ ସମନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

371
ADVERTISEMENT

ନୂଆଦିଲ୍ଲୀ ୩/୭ (ଡି.ଏଚ.ବି): ଦିଲ୍ଲୀର ଚାବଡ଼ି ବଜାରରେ ଥିବା ଏକ ମନ୍ଦିରରେ ଭଙ୍ଗାରୁଜା ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କ୍ଷୁବ୍ଧ ହୋଇଛନ୍ତି | ସେ ଦିଲ୍ଲୀ ପୁଲିସ କମିଶନର ଅମୁଲ୍ୟ ପଟ୍ଟନାୟକଙ୍କୁ ସମନ ଜାରି କରିଛନ୍ତି | ଶାହା କମିଶନରଙ୍କ ସହ ଦିଲ୍ଲୀରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ବାବଦରେ ଆଲୋଚନା କରିଛନ୍ତି | ଏଠାରେ ସୂଚନା ଥାଉ କି ଜୁନ ୩୦ ତାରିଖରେ ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ଦୁଇ ସଂପ୍ରଦାୟ ଭିତରେ ପାଟିତୁଣ୍ଡ ହୋଇଥିଲା ।

ପାଟିତୁଣ୍ଡ ଏତେ ଉଗ୍ର ହୋଇଥିଲା ଯେ ଚାହୁଁ ଚାହୁଁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଗତ ରବିବାର ରାତି ୧୦ଟା ସମୟରେ ଏକ ଗୋଷ୍ଠୀ ମନ୍ଦିର ଆଗରେ ଜମା ହୋଇ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଚାନ୍ଦନିଚୌକ ଅଞ୍ଚଳରେ ଥିବା ୧୦୦ ବର୍ଷ ତଳର ଏହି ଦୁର୍ଗା ମନ୍ଦିରକୁ ସଂପୂର୍ଣ୍ଣ ରୁପେ ଭାଙ୍ଗି ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋମବାର ସକାଳ ଏନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା । ପରେ ପୁଲିସ ପହଂଚି ପରିସ୍ଥିତିକୁ ଶାନ୍ତ କରିଥିଲା | ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଦୁଇ ପକ୍ଷଙ୍କ ସହ ଆଲୋଚନା କରିଥିଲା | ତେବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ | କାହିଁକି ଏଭଳି ଘଟଣା ଘଟିଲା ବୋଲି ପ୍ରଶ୍ନ କରିବା ସହ କଣ ପଦକ୍ଷେପ ନିଆଯାଇଛି ବୋଲି କମିଶନରଙ୍କୁ ପ୍ରଶ୍ନ କରିଥିଲେ |

Advertisement