Saturday, September 19, 2026
ADVERTISEMENT
Home ଗଜପତି ଗୋପଟିମା ଜଙ୍ଗଲରେ ଆଦିବାସୀ ଦମ୍ପତିକୁ ଗଳା କାଟି ହତ୍ୟା

ଗୋପଟିମା ଜଙ୍ଗଲରେ ଆଦିବାସୀ ଦମ୍ପତିକୁ ଗଳା କାଟି ହତ୍ୟା

249
ADVERTISEMENT

ମୋହନା,୧୬/୩(ସାହେବ ନାୟକ): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କାରଚବାଡ଼ି ପଂଚାୟତ ଅଧୀନଗୋପଟିମl ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଦିବାସୀ ଦମ୍ପତିଙ୍କୁ ଗଲାକାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣା ପଡିଛି l ଘଟଣାରୁ ପ୍ରକାଶ ଉକ୍ତ ଗ୍ରାମର ପଟ୍ର ମଲ୍ଲିକ (୪୫), ଓ ସୁବିତା ମଲ୍ଲିକ( ୩୨)ସବୁଦିନ ଭଳି ଗ୍ରାମନିକଟରେ ରହିଥିବା ଜଙ୍ଗଲର ବଗଡ଼କୁ ତେନ୍ତୁଳି ସଂଗ୍ରହ କରିବାକୁ ଯାଇଥିଲେ l ସକାଳପ୍ରାୟ ୧୧ଟା ସମୟରେ ଦୁହେଁ ସ୍ୱାମୀ ସ୍ତ୍ରୀ ଉକ୍ତ ସ୍ଥାନରେ ପହଁଚିବା ସମୟରେ ଆଗରୁ ଯୋଜନାବଦ୍ଧ ଭାବେ ଜଗିରହିଥିବା ଦୁର୍ବୁତ୍ତମାନେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଆଖିକୁ ମରିଚ ଗୁଣ୍ଡ ଫୋପାଡିବା ସହିତ ଏକ ଧାରୁଆ ଅସ୍ତ୍ରରେ ଗଲାକାଟିବା ସହିତ ବିଭତ୍ସ ଭାବେ ହତ୍ୟା କରିଛନ୍ତି l

Advertisement