Sunday, September 20, 2026
ADVERTISEMENT
Home କୋରାପୁଟ ବଢୁଛି ଟ୍ରାଫିକ ସମସ୍ୟା ଖୁଲା ଖୁଲି ଭାବେ ଆଇନ ଅବମାନନା , ଅବୈଧ ଗାଡି...

ବଢୁଛି ଟ୍ରାଫିକ ସମସ୍ୟା ଖୁଲା ଖୁଲି ଭାବେ ଆଇନ ଅବମାନନା , ଅବୈଧ ଗାଡି ପାର୍କିଂ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ପ୍ରଶାସନ

468
ADVERTISEMENT

କୋଟପାଡ଼,୬/୩ (ସୁନୀଲ ଦାଶ ) : ଓଡିଶା ସରକାର ମାର୍ଚ୍ଚ ପହିଲାରୁ ରୋଡ ସେଫଟି ଓ ଟ୍ରାଫିକ ନିୟମ କଡାକଡି କରିବା କଥା ଘୋଷଣା କଲେ, ସୁଦ୍ଧା କୋଟପାଡ଼ ଓ ବୋରିଗୁମ୍ମାରେ ଅମଳ ହୋଇପାରୁନି ନିୟମ l ଦିନକୁ ଦିନ ଟ୍ରାଫିକ ସମସ୍ୟା ଜଟିଳରୁ ଜଟିଳତର ହେବାକୁ ଲାଗିଛି l ୨୬ନଂବର ଜାତୀୟ ରାଜପଥ ରାଇପୁର ଠାରୁ ବିଶାଖାପାଟ୍ନାମ କୋରାପୁଟ ଜିଲ୍ଲାର ବିଭିନ୍ନ ସହର ମଧ୍ୟ ଦେଇ ଯିବା ବେଳେ ହଜାର ହଜାର ହେଭି ଗାଡିର ଯାତାୟାତ ଯୋଗୁଁ ବ୍ୟସ୍ତ ରହୁଛି ରାଜପଥ l ଏହିପରି ପରିସ୍ଥିତିରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ଅମାନିଆ ବସ ମାଲିକ ଏବଂ ଜଟିଳତର କରାଉଛି ଅବୈଧ ଗାଡି ପାର୍କିଂ l କୋଟି କୋଟି ଅର୍ଥ ବ୍ୟୟବରାଦରେ ସରକାର କରିଛନ୍ତି ନୂତନ ବସଷ୍ଟାଣ୍ଡ ହେଲେ ସେଠାକୁ ଯିବାକୁ ନାରାଜ ଯାତ୍ରୀବାହୀ ବସ, ଖୁଲା ଖୁଲୀ ନିୟମ ଉଲଂଘନ କରି, ଜନଗହଳି ବିଭିନ୍ନ ଛକରେ ଅଟକାଇ ରଖୁଛନ୍ତି ଗାଡି ଏଣେ ଗୋଟିଏ ଦିଟା ଟ୍ରାଫିକ ପୋଲିସ ଷ୍ଟାଫ ଅଭାବରୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି ଟ୍ରାଫିକ ବ୍ୟବସ୍ଥା l ନା ପଡୁଛି ଫାଇନ ନା ସୁଧରୁଛନ୍ତି ମାଲିକ l ଖାମ ଖିଆଲୀ ଢଙ୍ଗରେ ଚାଲିଛି ବ୍ୟବସ୍ଥା ଏଣେ ଟ୍ରାଫିକଯାମ ଯଗୁଁ ହଇରାଣ ହରକତ ହଉଛନ୍ତି ସାଧାରଣ ଜନତା l ଲକ୍ଷ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଲାଗିଛି ଟ୍ରାଫିକ ଲାଇଟ ହେଲେ ତାହା ୧୫ ଦିନ ଚାଲିବା ପରେ ବନ୍ଦ ପଡିରହିଛି ନା ହଉଛି ତାର ମରାମତି ନା ତାହା କୌଣସି ଟ୍ରାଫିକ ବ୍ୟବସ୍ଥା କାମରେ ଆସୁଛି l

Advertisement