Wednesday, August 19, 2026
ADVERTISEMENT
Home Uncategorized ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ୍...

ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ଅଭିନେତ୍ରୀରୁ ସାଂସଦ ହୋଇଥିବା ନୁସରତ୍ ଜାହାଁ

309
ADVERTISEMENT

ନୂଆଦିଲ୍ଲୀ, ୨/୭(ଡ଼ି ଏଚ ବି): ଜଣାଶୁଣା ଅଭିନେତ୍ରୀ ନୁସରତ୍ ଜାହାଁ ଲୋକସଭାକୁ ନିର୍ବାଚିତ ହେବାପରେ ଅଧିକ ଚର୍ଚ୍ଚାରେ ଅଛନ୍ତି। ସଂସଦକୁ ଶାଢ଼ୀ, ଶଙ୍ଖା ଏବଂ ସିନ୍ଦୂର ପିନ୍ଧି ଆସି ସମସ୍ତଙ୍କୁ ଚକିତ କରିଥିଲେ ନୁସରତ୍ ଜାହାଁ । ହେଲେ ଏବେ ସେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି । ହଁ , ନୁସରତ୍ ଜାହାଁ କୋଲକାତାରେ ଆୟୋଜିତ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି ଜଣାଯାଇଛି। ସେ ଇସ୍କନ ପକ୍ଷରୁ ଆୟୋଜିତ ଭଗବାନ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଯୋଗ ଦେବେ ।

ଏସଂପର୍କରେ ଇସ୍କନ ପକ୍ଷରୁ କୁହାଯାଇଛି ଯେ ନୁସରତ୍ ଜାହାଁଙ୍କ ବିଚାରଧାରା ଇସ୍କନ ସହ ମେଳ ଖାଉଥିବା ହେତୁ ତାଙ୍କୁ ଅତିଥିରୂପେ ନିମନ୍ତ୍ରଣ ଦିଆଯାଇଥିଲା ଯାହାକୁ ସେ ସ୍ବୀକାର ବି କରିଛନ୍ତି । ଠିକ୍ ସେହିପରି ନୁସରତ୍ ଜାହାଁ କହିଛନ୍ତି ଯେ ଜଣେ ଅଭିନେତ୍ରୀରୂପେ ସେ ରଥଯାତ୍ରାରେ ଅଂଶ ଗ୍ରହଣ କରିବେ, କାରଣ ସେ ସମସ୍ତ ଧର୍ମକୁ ସମାନଭାବେ ଦେଖନ୍ତି। ସେ ଜଣେ ମୁସଲମାନ୍ ହେଲେ ବି ଧର୍ମ ନିରପେକ୍ଷ ଭାରତର ନାଗରିକ । ତାଙ୍କ ଧର୍ମ ଲୋକଙ୍କୁ ଧର୍ମ ଭଗବାନଙ୍କ ନାଆଁରେ ଲୋକଙ୍କୁ ଭାଗ ଭାଗ କରିବାର ଅନୁମତି ଦିଏ ନାହିଁ ।

Advertisement