Tuesday, September 22, 2026
ADVERTISEMENT
Home କୋରାପୁଟ ସାତ ଦଫା ଦାବି ନେଇ ବି.ଜେ.ଡିର ବ୍ଲକ ଘେରାଉ

ସାତ ଦଫା ଦାବି ନେଇ ବି.ଜେ.ଡିର ବ୍ଲକ ଘେରାଉ

255
ADVERTISEMENT

କୋରାପୁଟ ,୨୪।୨ (ଦୟାନିଧି ପଟନାୟକ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ପରିସରରେ ଆଜି ତା,୨୪।୨ରିଖ ଅପରାହ୍ନ ସମୟରେ ବ୍ଲକ ସଭପତି ବିବେକାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ଲକ ଘେରାଉ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଇନ୍ଦିରା ନନ୍ଦ ଯୋଗ ଦେଇ ୭ଦଫା ଦାବି ମଧ୍ୟରୁ ମୁଖ୍ୟତଃ ବୋରିଗୁମ୍ମା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ତଥା ବିଜୁପକା ଘର ଯୋଜନାରେ ଆନିମିୟତା ହୋଇଥିବା ଉଦବେଗ ପ୍ରକାସ କରିଥିଲେ । ଏବଂ ଉକ୍ତ ସମସ୍ୟକୁ ନେଇ ସ୍ଥାନୀୟ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଣୟ ରଞ୍ଜନ ବେହେରାଙ୍କୁ ଶତାଧିକ ବି.ଜେ.ଡି କର୍ମୀଙ୍କ ଗ୍ରହଣରେ ଦାବି ପତ୍ର ଦେଇଥିଲେ । ଉକ୍ତ ଦାବିପତ୍ରକୁ ସ୍ଥାନୀୟ ବ୍ଲକ ଅଧିକାରୀ ଗ୍ରହଣ କରି ଏଥିରେ ଦର୍ଶା ଯାଇଥିବା ଦାବି ଗୁଡିକ ମଧ୍ୟରୁ ବ୍ଲକ ପ୍ରଶାସନ ସ୍ତରରେ ଯାହା ସମ୍ଭବ ତାହା କରିବୋଲି କହିଥିଲେ। ଉକ୍ତ ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ L. ନାରାୟଣ ରାଓ. D. ନାଗା. ମୁନା ଦୋରା. ଗୁପ୍ତ ଗନ୍ତାୟତ. K. କେଶବ ରାଓ. ପ୍ରସାଦ ବିଡ଼ିକା M. ମଂଗମା ରାଓ ସହିତ ସୋତା ଧିକ କର୍ମୀ ଉପସ୍ଥିତ ଥିଲେ ।

Advertisement