Wednesday, August 19, 2026
ADVERTISEMENT
Home ଜାତୀୟ ଘର ସାମ୍ନାରୁ ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ୍ତ, କାର୍‌ ଭିତରେ ଥିଲେ ଦମ୍ପତିଙ୍କ କୁନି...

ଘର ସାମ୍ନାରୁ ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟିଲେ ଦୁର୍ବୃତ୍ତ, କାର୍‌ ଭିତରେ ଥିଲେ ଦମ୍ପତିଙ୍କ କୁନି ପିଲା

286
ADVERTISEMENT

ନୂଆଦିଲ୍ଲୀ ୧/୭(ଡ଼ି ଏଚ ବି):ଉତ୍ତର ଦିଲ୍ଲୀର ଏକ ଦମ୍ପତି ଯେଉଁ ଭଳି ବିପଦପୂର୍ଣ୍ଣ ମୁହୂର୍ତ୍ତର ସାମ୍ନା କରିଛନ୍ତି ସେ ଭିଡିଓ ଦେଖିଲେ ଆପଣଙ୍କ ଛାତି ଥରିଉଠିବ। ଦମ୍ପତି ତାଙ୍କର ଦୁଇ ପିଲାଙ୍କୁ କାର୍‌ରେ ନେଇ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଆସି ବନ୍ଧୁକ ମୁନରେ ସେମାନଙ୍କଠାରୁ ଲୁଟ୍‌ କରିଥିବା ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି। ବ୍ୟକ୍ତି ଜଣକ ତାଙ୍କ ଘର ସାମ୍ନାରେ ପହଞ୍ଚି କାର୍‌ ପାର୍କ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ବ୍ୟକ୍ତି ଜଣକ ବାହାରକୁ ଯିବାରୁ ଦୁର୍ବୃତ୍ତମାନେ ଆସି ବନ୍ଧୁକ ଦେଖାଇ ପ୍ରଥମେ ତାଙ୍କଠାରୁ ଲୁଟ୍‌ କରିଥିଲେ। ପରେ ଗାଡ଼ିରେ ବସିଥିବା ତାଙ୍କ ପତ୍ନୀଙ୍କ ପାଖକୁ ଆସି ବନ୍ଧୁକ ଦେଖାଇ ବାକି ତକ ଜିନିଷ ଲୁଟି ନେଇଥିଲେ।

Advertisement