କୋଟପାଡ଼୨୧।୨(ସୁନୀଲ ଦାଶ ) : ହିନ୍ଦୁ ପଞ୍ଜିକା ଅନୁସାରେ ପ୍ରତ୍ୟେକ ବର୍ଷ ଫାଲଗୁନ ମାସ କୃଷ୍ଣପକ୍ଷ ର ଚତୁର୍ଥୀ ରେ ପାଳିତ ହୁଏ ମହା ଶିବରାତ୍ରି ପର୍ବ l ସମସ୍ଥ ହିନ୍ଦୁ ପର୍ବ ମଧ୍ୟରେ ମହାଶିବରାତ୍ରି ପର୍ବ ର ସ୍ଥାନ ବହୁତ ଗୁରୁତ୍ୱପୁର୍ଣ l ବିଭିନ୍ନ ବିଦ୍ୱାନ ଙ୍କ ବିଭିନ୍ନ ମତ କିଏ କୁହନ୍ତି ଏହି ଦିନରେ ଶିବ ପାର୍ବତୀ ଙ୍କ ବିବାହ ହୋଇ ଥିଲା କିଏ କୁହେ ସମୁଦ୍ର ମନ୍ଥନ ରୁ ବାହାରି ଥିବା ତ୍ରିକୋଟା ବିଷକୁ ସୃଷ୍ଟି ର ସୁରକ୍ଷା ନିମନ୍ତେ ମହାଦେବ ଏହି ଦିନରେ ପାନ କରିଥିଲେ l ସନାତନୀ ଧର୍ମ ର ଆସ୍ଥା ରହିଛି, ଏହି ମହାଶିବରାତ୍ରି ରେ ଯଉଁ ଭକ୍ତ ଉଜାଗର ରହି ମହାଦେବ ଙ୍କ ଜଳାଭିସେକ ଓ ବେଲବଭିସେକ କରେ ତାର ଦଶା ଦୋଷ କ୍ଷମା ହୁଏ, ପାପ କ୍ଷୁର୍ଣ୍ଣ ହୁଏ ଏବଂ ତା ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୁଏ l
କୋରାପୁଟ ଓ ଛତିଶଗଡ ର ସୀମାନ୍ତ ରେ ଥିବା ଦେଉଡା ଜଙ୍ଗଲ ରେ ଥିବା ଶୈବପିଠ ବେଶ ପରିଚିତ l ଏଠାରେ ପୂଜା ପାଆନ୍ତି ଝାଡ଼େଶ୍ୱର ବାବା l ସବୁଜିମା ଶlଳ ଜଙ୍ଗଲର ପ୍ରାକୃତିକ ଶୈନ୍ଦର୍ଯ୍ୟ ମଧ୍ୟରେ ମହାଶିବରାତ୍ରି ପର୍ବ ହୋଇଥାଏ ବେଶ ମନଲୋଭା l ଏଠାରେ ଦେଖାଦିଏ ଓଡିଶା ଓ ଛତିଶଗଡ ର ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ l ଓଡିଶା ଏବଂ ଛତିଶଗଡର ଭକ୍ତବୃନ୍ଦ ଏକାଠି ମିଳି ମିଶି ଆନନ୍ଦ ଉଲ୍ଲାସ ରେ ପାଳନ କରନ୍ତି ମହାଶିବରାତ୍ରି ପର୍ବ l ସ୍ଥାନେ ସ୍ଥାନେ ଭକ୍ତ ମାନଙ୍କ ଦ୍ୱାରା ପୋଣl, ପ୍ରସାଦ, ଖେଚଡି,ଫଳ, ମିଷ୍ଟାନ ସେବନ ର ବ୍ୟବସ୍ଥା ମଧ୍ୟ ଭଣ୍ଡାରl ଆକାର ରେ ହୋଇଥାଏ l ଏହି ଭକ୍ତ ଙ୍କ ସମାଗମ ଓ ବ୍ୟବସ୍ଥା ବହୁତ ସୁନ୍ଦର ମେଳା ର ରୂପ ନେଇଥାଏ l ସମସ୍ତ ଭକ୍ତ ଝlଡ଼େସ୍ୱର ବାବାଙ୍କୁ ଦର୍ଶନ ଓ ଅଭିଷେକ କରି ନିଜ ନିଜ ମାନସିକ ର ପୂର୍ତ୍ତି ସକାଶେ ଆସ୍ଥାବlନ୍ଦନ୍ତି ଏବଂ ମାନ୍ୟତାନୁସାରେ ତାହାର ପୂର୍ତ୍ତି ମଧ୍ୟ ହୋଇଥାଏ l




















