Sunday, September 20, 2026
ADVERTISEMENT
Home କୋରାପୁଟ ବୋରିଗୁମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ଆତ୍ମରକ୍ଷା ଶିବିର ଉଦଯାପିତ

ବୋରିଗୁମ୍ମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ଆତ୍ମରକ୍ଷା ଶିବିର ଉଦଯାପିତ

304
ADVERTISEMENT

ବୋରିଗୁମ୍ମା,୨୦।୨(ଦୟାନିଧି ପଟନାୟକ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମ ରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ଦାଶରଥି ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପୁର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଧେଶକ ଗୋପୀନାଥ ସାରାକା ଯୋଗଦେଇଥିଲେ । ଦୀର୍ଘ ୧୨ଦିନ ଧରି ଆୟୋଜିତ ଶିବିରରେ ମହାବିଦ୍ୟାଳୟର ୧୍୩୨ଜଣ ଛାତ୍ରୀ ଯୋଗଦାନ କରିଥିଲେ । ଏହି ଶିବିର ଦ୍ୱାରା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କରିବାରେ ମନବଳ ବଢିବା ସାଙ୍ଗକୁ ଆତ୍ମବଶ୍ୱାସ ବଢିବ ବୋଲି ମୁଖ୍ୟଅତିଥି ଆଶାବ୍ୟକ୍ତ କରିଥିଲେ । ସମ୍ମାନୀୟ ଅତିଥି ବୋରିଗୁମ୍ମା ସରପଞ୍ଚ ଚନ୍ଦ୍ରିକାଯାନ ଯୋଗ ଦେଇଥିଲା ବେଳେ ମୁଖ୍ୟଭକ୍ତା ରୂପେ ଡାକ୍ତର ପ୍ରଦୀପ ସ୍ୱାଇଁ ଯୋଗଦେଇ ଛାତ୍ରୀ ମାଙ୍କୁ ମନୋବଳ ସୁଦୃଢ଼ ରହିଲେ ଯେକୋଣସି
ବିପଦରୁ ମୁକ୍ତି ପାଇବା ଏବଂ ଆତ୍ମରକ୍ଷା କରିବା ପାଇଁ କୌଶଳ ଶିକ୍ଷା ନେଲେ ନିଜେ ସୁରକ୍ଷିତ ରହିବା ସାଙ୍ଗକୁ ଅନ୍ୟ ମହିଳା ମାନଙ୍କୁ ବିପଦରୁ ମୁକ୍କ୍ତି କରିବାହେବେ । ଦେଶରେ ଯେଉଁ ଭଳି ମହିଲା ମାନଙ୍କ ପ୍ରତି ଅତ୍ୟାଚାର, ବଳତ୍କାର ବଢି ଚାଲିଛି ଆତ୍ମରକ୍ଷା ପ୍ରଣାଳୀ ଦ୍ୱାରା କିଛି ମାତ୍ରାରେ କମିବ ମତ ବ୍ୟକ୍ତ କରିଥିଲେ । ଏହି ସଭାକୁ ଅଧ୍ୟାପକ ସୁଧାଂଶୁ ସେଖାର ପଟ୍ଟନାୟକ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଅଧ୍ୟାପିକା ସୁନିତା ପୃଷ୍ଟି, ନିହାରିକା ପଣ୍ଡା ଯୋଗଦେଇଥିଲେ। ଏହି ୧୨ଦିନ ଧରି ଆତ୍ମରକ୍ଷା ଶିବିରରେ ଯୋଗଦେଇଥିବା ଛାତ୍ରୀ ମାନଙ୍କୁ ପ୍ରସିକ୍ଷଣ ଦେଇଥିଲେ , ଦାମନଯୋଡିର ମମତା ଚୌଧୁରୀ ଏବଂ ଜ୍ୟୋତି ରାଣୀ ଦଳାଇ । ସଭା ଶେଷରେ ଆତ୍ମରକ୍ଷା ପ୍ରସିକ୍ଷଣ ଶିବିରରେ ଭାଗନେଇଥିବା ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ଏକ ମେଗାଜିନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଶୋକ ଚୌହାନ, ସୁମନ୍ତ ସାହୁ, ଅଶୋକ କୁମାର ପଣ୍ଡା, ସୁଶାନ୍ତ ପଟ୍ଟନାୟକ, ଅଟଳ ବିହାରୀ ବାଚପେଇ, ପଦ୍ମଲୋଚନ ରଥ, କ୍ରୀଡା ଅଧ୍ୟାପକ ଗୌରୀପ୍ରସାଦ ପଡାଳ, ମିହିର ସୁନା, ଭାସ୍କର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Advertisement