ବାଲ୍ୟ ବିବାହ ବିରୋଧରେ ସଚେତନତା କାର୍ଯକ୍ରମ

299
ADVERTISEMENT

କୋରାପୁଟ,୨୦।୨(ଦୟାନିଧି ପଟନାୟକ) : ଜିଲ୍ଲା ପ୍ରଶାସନ ତରଫରୁ ବାଲ୍ୟ ବିବାହ ସଚେତନତା କାର୍ଯକ୍ରମ କରାଯାଇଥିଲା । କୋରାପୁଟର ସମସ୍ତ ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ କରିଥିଲେ । କୋରାପୁଟ ବ୍ଲକର ସମସ୍ତ ସରପଞ୍ଚ ମାନେ ନିଜ ନିଜ ଅଂଚଳରେ ଉକ୍ତ କାର୍ଯ୍ୟକ୍ରମ କରିଥିଲେ । ଏବଂ କୋରାପୁଟରେ ଜିଲ୍ଲାପାଳଙ୍କ, ଆଡମିନ,ପି.ଡି , ଡି.ଆର.ଡ଼ି.ଏ , ଏ.ଡ଼ି ଏମଙ୍କ ଉପସ୍ଥିତିରେ ବାଲ୍ୟ ବିବାହ ସଚେତନତା ପାଇଁ ମାନବ ଶୁଙ୍ଖଳ କରା ଯାଇଥିଲା । ଜିଲ୍ଲାରେ ଥିବା ସବୁ ମହାବିଦ୍ୟାଳୟ ମାନଙ୍କରେ ସଚେତନତା କରାଯାଇଥିଲା। ସମସ୍ତ ମହାବିଧ୍ୟାଲୟ ମୋଟ ୩000 ଛାତ୍ର ଛାତ୍ରୀ ଓ ୨00 ରୁ ଉର୍ଦ୍ଧ ଏସ.ଏଚ.ଜି , ଅଙ୍ଗନବାଡି କର୍ମକର୍ତା, ୧0,000ରୁ ଅଧିକ ଗ୍ରାମବାସି ଓ ପି.ଆର.ଆଇ ସଭ୍ୟ ,ବିଜୁ ଯୁବ ବାହିନୀ ସମତେ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Advertisement