Tuesday, September 22, 2026
ADVERTISEMENT
Home କୋରାପୁଟ ଜୟପୁରରେ ବ୍ଲକ ସ୍ତରୀୟ ସମ୍ପର୍କ ଶିବିର

ଜୟପୁରରେ ବ୍ଲକ ସ୍ତରୀୟ ସମ୍ପର୍କ ଶିବିର

260
ADVERTISEMENT

ବୋରିଗୁମ୍ମା,୨୦।୨(ଦୟାନିଧି ପଟନାୟକ ) : ସ୍ଥାନୀୟ ମିମିଷ୍ଟେଡିୟମ ଠାରେ ଆଦିବାସୀ ଉନ୍ନୟନ ସଂସ୍ତା ଜୟପୁର ପକ୍ଷରୁ ବ୍ଲକ ସ୍ତରୀୟ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ପି.ଏ.ଆଇଟି.ଡି.ଏ ଗୋପୀନାଥ ସାରାକା, ବ୍ଲକ ଅଧ୍ୟକ୍ଷ ବିମଳା ଚାଳନ, ସି.ଡି.ପି.ଓ ପ୍ରତିମା ରାଉଳ, ବ୍ଲକ ଉନ୍ନୟନ ଅଧିକାରୀ ପ୍ରଣୟ ରଞ୍ଜନ ବେହେରା, ଜୋନ ଦୁଇ ଜ଼ିଲ୍ଲାପରିଷଦ ସଭ୍ୟ ଲାଡି ନାରାୟଣ ରାଓ, ଏସ.ଡି.ପି.ଓ ହରେକୃଷ୍ଣ ମାଝୀ, ଜୀବନ ଜୀବିକା ମ୍ୟାନେଜେର ସି.ୱାଇ.ଏସ.ଡି ରମେଶ ଚନ୍ଦ୍ର ସ୍ୱାଇଁ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ୧୧ଗୋଟି ଷ୍ଟାଲରେ ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ବୁଲି ଦେଖିଥିଲେ । ସ୍ଥାନୀୟ କୃଷି ବିଭାଗ ଦ୍ୱାରା ପ୍ରଦର୍ଶିତ ମାଣ୍ଡିଆରେ ତିଆରି ସାମଗ୍ରୀ କୁ ସେବନ କରି ବହୁତ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜଗତର ନାଥ ଜଗନ୍ନାଥଙ୍କ ଫୋଟୋକୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରାଯିବ ସାଙ୍ଗକୁ ଶିବିର ସମ୍ପର୍କିତ ପ୍ରାରମ୍ଭିକ ସଂଗୀତ ଛତ୍ରୀ ମାନଙ୍କ ଦ୍ୱାରା ପଵିଭେସନ କରାଯାଇଥିଲା ! ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଜୟପୁର ଉନ୍ନୟନ ପରିଷଦ ସଂସ୍ଥା ମ୍ୟାନେଜର ଦେବାଶିଷ ପଟ୍ଟନାୟକ ଶିବିର ସମ୍ପର୍କରେ ପୁଂଖାନ ପୁଙ୍ଖରେ ଅଭିଭାଷଣ ଦେଇଥିଲେ । ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଅଭିଭାଷଣ ଦେଇଥିଲେ । ଏହି ବ୍ଲକର ସମସ୍ତ ସ୍ବେଛାସେବୀ ସେବି, ଅଙ୍ଗନବାଡି କର୍ମୀ ସରପଞ୍ଚ ଏବଂ ସମିତିସଭ୍ୟ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନୂଆଗାଁ ସେବାଶ୍ରମ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆଦିବାସୀ ନୃତ୍ୟ, ବୋରିଗୁମ୍ମା କେ.ଜି.ବି.ଭି ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସହ କନାଁଗାଁ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ନାଟକ ପ୍ରଦର୍ଶନ କରାଯାଇଥିଲା ଏବଂ ଉକ୍ତ କଳାକାର ମାନଙ୍କୁ ପୁରସ୍କାର ବିତରଣ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରଯାଇଥିଲା ।

Advertisement