କେ. ନଟରାଜନ ହେଲେ ଭାରତୀୟ ତଟରକ୍ଷକ ବଳ ମୁଖ୍ୟ

502
ADVERTISEMENT

ନୂଆଦିଲ୍ଲୀ, ୩୦/୬(ଡ଼ିଏଚବି): ଆଜି ଭାରତୀୟ ତଟରକ୍ଷକ ବଳର ନୂଆ ମୁଖ୍ୟ ଭାବେ ଦାୟିତ୍ୱ ନେଇଛନ୍ତି କେ. ନଟରାଜନ | ସେ ରାଜେନ୍ଦ୍ର ସିଂଙ୍କ ସ୍ଥାନରେ ଦାୟିତ୍ୱ ନେଇଛନ୍ତି | ପୂର୍ବରୁ ସେ ପଶ୍ଚିମ ସାଗର ବୋର୍ଡର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲାବେଳେ ଗୁଜୁରାଟରୁ କେରଳ ଯାଏଁ ଭାରତର ସମ୍ବେଦନଶୀଳ ସମୁଦ୍ର ସୀମାର ସୁରକ୍ଷା କଥା ବୁଝୁଥିଲେ | କେ. ନଟରାଜନ ୧୯୮୪ ବ୍ୟାଚର ଅଧିକାରୀ ହୋଇଥିବାବେଳେ ପୂର୍ବରୁ ବିଭିନ୍ନ ମହତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିଲେ | କେ. ନଟରାଜନ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଓ ସାମରିକ ଅଧ୍ୟୟନରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି |

ଦେଶର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ତଟରକ୍ଷକ ପୁରସ୍କାର ପାଇଥିବା କେ. ନଟରାଜନ ପୂର୍ବରୁ ବହୁ ଗୁରୁତ୍ୱପୂର୍ଣ୍ଣ ଅପରେସନରେ ସାମିଲ ହୋଇଥିଲେ | ବିଶେଷକରି ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ନଟରାଜନଙ୍କୁ ପଶ୍ଚିମ ସମୁଦ୍ର ସୀମା ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା | ଯାହାକୁ ସେ ସଫଳତାର ସହ ସମ୍ପନ୍ନ କରିଥିଲେ |

Advertisement