Monday, September 21, 2026
ADVERTISEMENT
Home ଜାତୀୟ ମଙ୍ଗଳସୂତ୍ର, ଚୁଡ଼ି ଓ ସିନ୍ଦୂର ଲଗାଇଥିବା ହେତୁ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜହାଁଙ୍କ...

ମଙ୍ଗଳସୂତ୍ର, ଚୁଡ଼ି ଓ ସିନ୍ଦୂର ଲଗାଇଥିବା ହେତୁ ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜହାଁଙ୍କ ବିରୋଧରେ ଫତଓ୍ଵା ଜାରି

396
ADVERTISEMENT

କୋଲକାତା: ଶାଢ଼ି, ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧି ସଂସଦରେ ଶପଥ ନେବାକୁ ପହଞ୍ଚିଥିବା ତ୍ରୁଣମୂଳ କଂଗ୍ରେସର ସାଂସଦ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜହାଁଙ୍କ ବିରୋଧରେ ଫତଓ୍ଵା ଜାରି କରାଯାଇଛି। ଏହି ଫତଓ୍ଵା ଦେଓବନ୍ଧର ମୁସଲିମ୍ ଧର୍ମଗୁରୁମାନେ ଜାରି କରିଛନ୍ତି। ସେମାନଙ୍କର କହିବା କଥା ହେଲା ମୁସ୍‌ଲମାନ ଝିଅମାନେ କେବଳ ମୁସଲ୍‌ମାନ ପୁଅଙ୍କୁ ହିଁ ବିବାହ କରିବା ଉଚିତ। ଅନ୍ୟ ଧର୍ମରେ ସେମାନଙ୍କ ବିବାହ ଅନୁଚିତ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଗତ ଜୁନ୍‌ ୧୯ ତରିଖରେ ନିଖିଲ୍‌ ଜୈନ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୁସ୍‌ରତ ଜହାଁ। ସେ ପଶ୍ଚିମବଙ୍ଗର ବସିରହାଟରୁ ଚଳିତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।  ୩.୫ ଲକ୍ଷ ଭୋଟରେ ବିଜୟ ଲାଭ କରିଛନ୍ତି ନୁସ୍‌ରତ। ମୁସ୍‌ଲମାନ ଧର୍ମଗୁରୁ ଅସଦ ବସମିଙ୍କ କହିବା ଅନୁଯାୟୀ, ‘ତଦନ୍ତ ହେବା ପରେ ହିଁ ଜଣାପଡ଼ିଲା ଯେ ନୁସ୍‌ରତ ଜଣେ ଜୈନ୍‌ ଧର୍ମୀଙ୍କୁ ବିବାହ କରୁଛନ୍ତି। ଇସ୍‌ଲାମ ଧର୍ମ ଅନୁସାରେ ଜଣେ ମୁସ୍‌ଲମାନର ବିବାହ ଆଉ ଜଣେ ମୁସ୍‌ଲମାନ ସହ ହିଁ ହୋଇଥାଏ। ନୁସ୍‌ରତ ଜଣେ ଅଭିନେତ୍ରୀ ଓ ଅଭିନେତ୍ରୀମାନେ ଧର୍ମର ଚିନ୍ତା କରିନଥାନ୍ତି। ଯାହା ତାଙ୍କ ମନ କରେ ସେ ତାହା କରନ୍ତି। ତାହାର ପ୍ରଦର୍ଶନ ସେ ସଂସଦରେ ବି କରିଛନ୍ତି।’
ଏହି ପ୍ରଂସଗରେ ବିଜେପି ନେତ୍ରୀ ସାଧ୍ୱୀ ପ୍ରାଚୀ ମୁସ୍‌ଲମାନ ଧର୍ମଗୁରୁମାନଙ୍କୁ ବାକ୍‌ ବାଣରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି କି ‘ଜଣେ ମୁସ୍‌ଲମାନ ଯୁବତୀ ହିନ୍ଦୁ ଯୁବକକୁ ବିବାହ କଲେ ଧର୍ମ ବିରୋଧୀ କୁହାଯାଉଛି। ମାତ୍ର ମୁସ୍‌ଲମାନ ଯୁବକମାନେ ଲଭ୍‌-ଜିହାଦ ନାମରେ ଅନେକ ହିନ୍ଦୁ ଝିଅଙ୍କୁ ବିବାହ କରିବାକୁ ଧର୍ମ ବିରୋଧୀ କୁହାଯାଉ ନାହିଁ। ମୋତେ ଏ ବିଷୟରେ ଚିନ୍ତା କଲେ ଧର୍ମଗୁରୁଙ୍କ ବୁଦ୍ଧି ଉପରେ ଦୟା ଆସୁଛି।’

Advertisement