Sunday, September 6, 2026
ADVERTISEMENT
Home ଜାତୀୟ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ଏବଂ ପ୍ରଭାରୀ ପିସି ଚାକୋଙ୍କ ଭିତରେ ଶୀତଳ...

ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ଏବଂ ପ୍ରଭାରୀ ପିସି ଚାକୋଙ୍କ ଭିତରେ ଶୀତଳ ଯୁଦ୍ଧ !

295
ADVERTISEMENT

ନୂଆଦିଲ୍ଲୀ ୩୦/୬(ଡ଼ିଏଚବି): ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ଏବଂ ପ୍ରଭାରୀ ପିସି ଚାକୋଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ଖବର ମିଳିଛି। ଖାସ୍ କରି ଶୀଲା ଦୀକ୍ଷିତ ସମସ୍ତ କଂଗ୍ରେସର ସମସ୍ତ ୨୮୦ ବ୍ଲକସ୍ତରୀୟ ସମିତି ଭଙ୍ଗ କରାଇଥିବାରୁ ଏଆଇସିସିରେ ଜାତୀୟ ରାଜଧାନୀ ମାମଲାର ପ୍ରଭାରୀ ପିସି ଚାକୋ ଶୀଲାଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଫଳରେ ଉଭୟ ନେତାଙ୍କ ମଧ୍ୟରେ ମତଭେଦ ହେବାର ଯଥେଷ୍ଟ ସମ୍ଭାବନା ଦେଖାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀର ପାର୍ଟି ମାମଲାର ପ୍ରଭାରୀ ଚାକୋ ବ୍ଲକ ସମିତିକୁ ଭଙ୍ଗ କରିବାକୁ ସ୍ଥଗିତ କରି ଦେଇଛନ୍ତି ଏବଂ ଆଦେଶର କପି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଶୀଲା ଦୀକ୍ଷିତଙ୍କୁ ପଠାଇଛନ୍ତି । ଏ ଦୁଇ ନେତାଙ୍କ ସମେତ ଦିଲ୍ଲୀ କଂଗ୍ରେସର କେତେକ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଗାନ୍ଧୀ ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସଙ୍ଗରେ ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଦୀକ୍ଷିତ ଲୋକସଭା ନିର୍ବାଚନରେ ହାରିବା ପରେ ଏ ବାବଦରେ ଅଧିକ ଧ୍ୟାନ ନ ଦେବା ପାଇଁ ବ୍ଲକ କମିଟିଗୁଡ଼ିକ ଭଙ୍ଗ କରିଥିଲେ ।ଏହି ଘଟଣା ଏବେ କଂଗ୍ରେସରେ ହଲଚଲ ଖେଳାଇ ଦେଇଛି।

Advertisement