Thursday, November 5, 2026
ADVERTISEMENT
Home କଳାହାଣ୍ଡି ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବିବାହିତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

520
ADVERTISEMENT

କଳାହାଣ୍ଡି,୧୦।୨(ସନତ କୁମାର ପ୍ରଧାନୀ) : କଳାହାଣ୍ଡିରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଅନ୍ତର୍ଗତ ଚାଉଲିଆ ପଡାର ଘଟଣା l ଏହି ଗାଁ ର ବିରଞ୍ଚି ଗୋପାଳଙ୍କ ବିବାହିତ ଝିଅ ବବି ଛଦ୍ମ ନାମ ଗତ ୬ବର୍ଷ ହେବ ସ୍ବାମୀଙ୍କ ଠାରୁ ଛାଡ଼ ପାଇ ନିଜ ବାପା ଘରେ ରହି ସ୍ଵାମୀଙ୍କ ନାମରେ କ୍ଷତି ପୂରଣ ଦାବିରେ ଧର୍ମଗଡ଼ କୋର୍ଟରେ ଭରଣ ପୋଷଣ ବାବଦରେ କେଶ କରି ହରି ବାଗ ନାମକ ଓକିଲଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଓକିଲଙ୍କ ଠାରେ ମୁନସୀ ଭାବେ କାମ କରୁଥିବା ସାମନ୍ତ କୁମାର ନାଏକ ଧର୍ମଗଡ଼ ବସ୍ତି ପଡା ଘରୁ ଡାକି ନେଇ ଦୁଇ ଦିନ ଧରି ଏକ ଜାଗାରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଏନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ଥାନାରେ ଅଭିଯୋଗ ପରେ ଧର୍ମଗଡ଼ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ସେପଟେ ପୀଡ଼ିତା ପରିବାର ଓ ପୀଡ଼ିତା ପୋଲିସ ଆଗରେ ନ୍ୟାୟ ଭିକ୍ଷା କରିଛନ୍ତି ।

Advertisement