Wednesday, September 23, 2026
ADVERTISEMENT
Home କୋରାପୁଟ ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ : ଯକ୍ଷ୍ମା ଓ ମ୍ୟାଲେରିଆ ସମ୍ପର୍କିତ ଏକ ସଚେତନତା...

ବୋରିଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ : ଯକ୍ଷ୍ମା ଓ ମ୍ୟାଲେରିଆ ସମ୍ପର୍କିତ ଏକ ସଚେତନତା ଅଭିଯାନ

704
ADVERTISEMENT

ବୋରିଗୁମ୍ମା,୫।୨(ଦୟାନିଧି ପଟନାୟକ): କୋରାପୁଟ ଜିଲ୍ଲା ବେଣା ଗାଁ ପଂଚାୟତରେ ଗାଁ କଲ୍ୟାଣ ସମିତି ଅନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଠାରେ ଯକ୍ଷ୍ମା ଓ ମ୍ୟାଲେରିଆ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହାଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବୋରିଗୁମ୍ମା ଗୋଷ୍ଟିସ୍ୱାସ୍ତ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ରାଜରାମ ସ୍ୱାଇଁ ,P.H.E.କ୍ଷୀରୋଦି ବେହେରା STS ସ୍ନିଗ୍ଧା ରାଣୀ ମିଶ୍ର ,ଏସ ଶ୍ରୀନିବାସ ଉପସ୍ଥିତ ରହି ମ୍ୟାଲେରିଆ,ଯକ୍ଷ୍ମା ,କୃଷ୍ଠ ରୋଗ ଉପରେ ବିସ୍ତୃତ ଭାବରେ ସ୍କୁଲ ପିଲା,ତଥା ଗ୍ରାମବାସୀ ମାନଙ୍କୁ ବୁଝାଇ ସଚେତନ କରିଥିଲେ। ବି,ସିଂହପୁର ଅଂଚଳର ସ୍ୱାସ୍ତ୍ୟକର୍ମୀ ଦେବରାଜ ଷଡଙ୍ଗୀ ଏହି ସଚେତନତା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅଭିନବ ପ୍ରୟାସ(ମାନବଶୃଙ୍ଖଳା) ମାଧ୍ୟମରେ ଯକ୍ଷ୍ମା, ମ୍ୟାଲେରିଆ,କୃଷ୍ଠ ରୋଗ ବିଷୟରେ ସମସ୍ତଙ୍କୁ ସଚେତନ କରିବାସହ ପୋଷ୍ଟର ବ୍ୟନେର, ଲିପ୍ଲେଟ ମାଧ୍ୟମରେ ଗାଁ ପରିକ୍ରମା କରିଥିଲେ। ଏଥିରେ ସନ୍ତୋଷପୁର ଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ଗୋମତି ଧାଙ୍ଗ ଡା ମାଝୀ ସରପଞ୍ଚ କମଳା ପେଂଠିଆ ନ୍ୟାବ ସରପଞ୍ଚ ମେମ୍ବର ଆଶା ଅଙ୍ଗନବାଡ଼ି କର୍ମୀ ଏକ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହ ଯୋଗ କରିଥିଲେ ।

Advertisement