Wednesday, September 23, 2026
ADVERTISEMENT
Home କୋରାପୁଟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବୋରିଗୁମ୍ମା ଥାନା ପରିଦର୍ଶନ

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବୋରିଗୁମ୍ମା ଥାନା ପରିଦର୍ଶନ

642
ADVERTISEMENT

ବୋରିଗୁମ୍ମା,୧/୨(ଦୟାନିଧି ପଟନୟକ ) : ରାଜ୍ୟ ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ର ବୋରିଗୁମ୍ମା ଥାନାକୁ ଅଚାନକ ପରିଦର୍ଶନ କରିଥିଲେ। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ଓ ଅନ୍ୟ ପୋଲିସ ଅଧିକାରୀ ମାନେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ର ଥାନା ପରିସର ବୁଲି ଦେଖୁଥିଲେ। ଅଭିଯୋଗକାରୀ ମାନଙ୍କୁ କିପରି ବ୍ୟବହାର କରାଯାଉଛି ବୋଲି ଥାନା ଆଇଆଇସି ଙ୍କୁ ପଚାରିଥିଲେ। ସେହିଭଳି ମହିଳା ଓ ଶିଶୁ ମାନଙ୍କ ପାଇଁ କଣ ବ୍ୟବସ୍ତା କରାଯାଇଛି ବୋଲି ପଚାରିଥିଲେ। ସେହିଭଳି ଫାଇବ ଟି କିପରି କାର୍ଯ୍ୟକାରୀ ହେଉଛି ବୋଲି ତଦାରଖ କରିଥିଲେ। ବୋରିଗୁମ୍ମା ଏକ ବଡ଼ ଥାନା ହେତୁ ଆଉଁଳି ଠାରେ ଏକଫାଣ୍ଡି ନିର୍ମାଣ ସକାଶେ ମନ୍ତ୍ରୀ ଙ୍କୁ ସାମ୍ବାଦିକ ମାନେ କହିବା ସହ ପୋଲିସ କ୍ୱାର୍ଟର ଅତି ଦୟନୀୟ ବୋଲି କହିଥିଲେ। ଏଥିସହ ବୋରିଗୁମ୍ମା ରେ ଏକ ନୂଆ ଥାନା ର ଆବଶ୍ୟକ ଅଛି ବୋଲି ସାମ୍ବାଦିକ ମାନେ ମନ୍ତ୍ରୀ ଶ୍ରୀ ମିଶ୍ର ଙ୍କୁ ଅବଗତ କରାଇଥିଲେ। ମନ୍ତ୍ରୀ ଏହା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବୋରିଗୁମ୍ମା ଥାନା ରେ ରୁଜୁ ହେଉଥିବା ଗଞ୍ଜାଇ କେସ ରେ ଅଭିଯୁକ୍ତ ମାନେ ଯେପରି ନିର୍ଦୋଷ ରେ ଖଲାସ ନ ହେବେ, ତାହା ଉପରେ ପଦକ୍ଷେପ ନେବାକୁ ଥାନା ଆଇଆଇସି ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଏସ ଆଇ ଚିଂତେଶ୍ୱର ମୁଣ୍ଡା, ଶ୍ରୀକାନ୍ତ ସାହୁ, ସୁଜାତା ବୁଡେକ, ଏ ଏସ ଆଈ ପ୍ରକାଶ ମିଶ୍ର ଓ ଅନ୍ୟ ଅଧିକାରୀ ମାନେ ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ।

Advertisement