Wednesday, September 23, 2026
ADVERTISEMENT
Home ଜାତୀୟ ସିଇଓ ଭାବେ ୨ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

ସିଇଓ ଭାବେ ୨ବର୍ଷ ବଢିଲା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳ

292
ADVERTISEMENT

ନୂଆଦିଲ୍ଲୀ, ୨୭/୬(ଡ଼ିଏଚବି): ଭାରତର ନୀତି ଆୟୋଗର ସିଇଓ ଭାବେ କାର୍ଯ୍ୟ କରୁଥିବା ଅମିତାଭ କାନ୍ତଙ୍କ କାର୍ଯ୍ୟକାଳକୁ ସରକାର ଆଉ ୨ବର୍ଷ ବୃଦ୍ଧି କରିଛନ୍ତି। ୨୦୨୧ ଜୁନ ୩୦ପର୍ଯ୍ୟନ୍ତ ସେ ଏହି ପଦରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। କ୍ୟାବିନେଟର ନିଯୁକ୍ତି କମିଟି କାନ୍ତଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ବୁଧବାର ମଞ୍ଜୁରୀ ଦେଇଛନ୍ତି। ୨୦୧୬ ଫେବୃୟାରୀ ୧୭ରେ ସେ ନୀତି ଆୟୋଗର ସିଇଓ ଭାବେ ନିଯୁକ୍ତ ହୋଇଥିଲେ। ୨ବର୍ଷ ଲାଗି ତାଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୨୦୧୯ ଜୁନ ୩୦ କରାଯାଇଥିଲା।

ନୀତି ଆୟୋଗ ସିଇଓ ଭାବେ ନିଯୁକ୍ତ ହେବା ଆଗରୁ ସେ ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଇନକ୍ରେଡିବଲ ଇଣ୍ଡିଆ ଏବଂ ଗଡ୍‌ସ ଓନ୍‌ କଣ୍ଟ୍ରି ଭଳି ପଦକ୍ଷେପ ଆଣିବା ପଛରେ ଅମିତାଭ କାନ୍ତ ଏକ ପ୍ରମୁଖ ବ୍ୟକ୍ତି। ଅତିଥି ଦେବୋ ଭବ ଏବଂ ଗେଷ୍ଟ ଇଜ ଗଡ କ୍ୟାମ୍ପେନ ମଧ୍ୟ ସେ ପରିକଳ୍ପନା କରିଥିଲେ। ଏହାଦ୍ୱାରା ଦେଶରେ ପର୍ଯ୍ୟଟନର ଉନ୍ନତିକରଣ ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Advertisement