କୋଟପାଡ଼ ,୧୭।୧(ସୁନୀଲ ଦାଶ) : ଅସାମାଜିକ ବ୍ୟକ୍ତି ଓ ମଟରଯାନ ଆଇନ ଉଲଙ୍ଘନକାରୀ ଏଣିକି ସାବଧାନ l କଡାକଡି ହୋଇଛି ସୁରକ୍ଷା ବ୍ୟବସ୍ଥା l ନଜରରେ ରହିବେ ଅସାମାଜିକ ବ୍ୟକ୍ତି ଏବଂ ମଟରଯାନ ଆଇନ ଉଲଂଘନ କାରି l କରାପୁଟ ଜିଲ୍ଲା ପୋଲିସ ତରଫରୁ ଉପାନ୍ତ ଅଞ୍ଚଳ କୋଟପାଡ଼ ଠାରେ ଲଗାଯାଇଛି । 35 ଗୋଟି (4mp) ହାଇ ରେଜୁଲେସନ CC କେମେରା l ଏହା ସହରର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଟ୍ରାଫିକ ଛକ ଏବଂ ସମ୍ୱେଦନଶିଳ ସ୍ଥାନ ମାନଙ୍କରେ ଲଗା ଯାଇଛି l ପୋଲିସ କଂଟ୍ରୋଲ ରୁମରେ ଲାଗିଛି 42 ଇଞ୍ଚର ଦୁଇଟି ଫୁଳ୍ଲ HD ଡିଷପ୍ଲେ l ଏଣିକି ଲଗାମ ଲାଗିବ ଟ୍ରାଫିକ ନିୟମ ଉଲଂଘନକାରି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଉପରେ l ନିୟମ ଅବମାନନା କଲେ କିମ୍ବା ସାମାଜିକ ଶୃଙ୍ଖଳା ଭଙ୍ଗ କଲେ ଦେବାକୁ ପଡିପାରେ ମୋଟା ଅଙ୍କର ଜୁରିମାନା କିମ୍ବା ଭୋଗିବାକୁ ପଡିପାରେ କାରାଦଣ୍ଡ l





















