Friday, November 20, 2026
ADVERTISEMENT
Home ଜାତୀୟ ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

ବିଶ୍ୱର ସର୍ବପ୍ରଥମ ଜୀବନ୍ତ ରୋବଟ୍‌ ତିଆରି କଲେ ଆମେରିକୀୟ ବୈଜ୍ଞାନିକ

277
ADVERTISEMENT

ନୂଆଦିଲ୍ଲୀ,୧୫।୧(ଡି.ଏଚ) : ବେଙ୍ଗ ଭୃଣର ଟୁକୁରାକୁ ବ୍ୟବହାର କରି ଆମେରିକୀୟ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଜୀବନ୍ତ ରୋବଟ୍‌ ବା ‘ଜେନୋବଟ୍‌’ ତିଆରି କରିଛନ୍ତି। ଏହାଦ୍ୱାରା ମଣିଷ ଶରୀର ମଧ୍ୟରେ ଔଷଧ ଭର୍ତ୍ତି କରାଇବା, ରେଡିଓଆକ୍ଟିଭ୍‌ ଆବର୍ଜ୍ଜନା ପରିଷ୍କାର କରାଇବା ଏବଂ ସମୁଦ୍ରରୁ ମାଇକ୍ରୋପ୍ଲାଷ୍ଟିକ୍‌ ଗୋଟାଇବା ଆଦି କାର୍ଯ୍ୟ କରିହେବ। ମଣିଷ ଧମନୀରେ ଜମାଟ ବାନ୍ଧିଥିବା ପଳଖାକୁ ମଧ୍ୟ ଏହା କୋରି ପରିଷ୍କାର କରିପାରିବ।
ଏହି ରୋବୋଟ୍‌ର ପ୍ରସ୍ଥ ମାତ୍ର ଏକ ମିଲିମିଟର୍‌। ଗୋଟାଏ ବେଙ୍ଗ ଭୃଣରୁ ଅଣାଯାଇଥିବା ଦୁଇଟି ଭିନ୍ନ ପ୍ରକାରର ଜୀବକୋଷକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ଏକତ୍ର ସିଲାଇ କରାଯାଇ ଏହାକୁ ନିର୍ମାଣ କରାଯାଇଛି। ଫଳରେ ଏହି ରୋବଟ୍‌ଟି ଆପଣାଛାଏଁ ଲକ୍ଷସ୍ଥଳକୁ ଯାଇ ନିର୍ଦ୍ଧାରିତ କାର୍ଯ୍ୟ କରି ପାରିବ।

Advertisement