Friday, September 25, 2026
ADVERTISEMENT
Home ଜାତୀୟ ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

321
ADVERTISEMENT

ଶ୍ରୀନଗର,୧୪।୧(ଡି.ଏଚ): ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହିମସ୍ଖଳନରେ ତଳେ ଚାପି ହୋଇ ରହିଥିବା କେତେକ ଯବାନଙ୍କୁ ଉଦ୍ଧାର କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଯବାନ ନିଖୋଜ ଥିବା କୁହାଯାଉଛି। ରାମପୁର ଏବଂ ଗୁରେଜ ସେକ୍ଟରରେ ଏକାଧିକ ସ୍ଥାନରେ ହିମସ୍ଖଳନ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisement