Friday, November 20, 2026
ADVERTISEMENT
Home କନ୍ଧମାଳ ନେତାଜୀ ସୁବାସ ବୋଷ ସ୍ନାତକ ମହାବିଦ୍ୟାଳୟର ପାଠଚକ୍ର

ନେତାଜୀ ସୁବାସ ବୋଷ ସ୍ନାତକ ମହାବିଦ୍ୟାଳୟର ପାଠଚକ୍ର

404
ADVERTISEMENT

କନ୍ଧମାଳ,ବାଲିଗୁଡ଼ା,୧୪/୧(ବାଳକୃଷ୍ଣ ପାଢ଼ୀ)-ତୁମୁଡ଼ିବନ୍ଧ ବ୍ଲକ ନେତାଜୀ ସୁବାସବୋଷ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପାଠଚକ୍ର ହୋଇଛି lଏହି ଆଲୋଚନାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କାଉନସିଲର ତଥା ଡେ଼ପୁଟି ସେକ୍ରେଟାରୀ କୁଳମଣି ଓଝା, ମୁଖ୍ୟବକ୍ତା ସଦାନନ୍ଦ ନାୟକ,ଆସିଷ୍ଟାଣ୍ଟ ପ୍ରଫେସର, ଓଡ଼ିଶା ବିଭାଗର ମୁଖ୍ୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତଥା ଆଦିବାସୀ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ବିଭୁତି ଭୂଷଣ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଓ ମୁଖ୍ୟ ଅତିଥି ଭାବେ ସୁନୀଲ କୁମାର ପାତ୍ର, ଅଧକ୍ଷ +୨ ମୁଖ୍ୟବକ୍ତା ବିଶେଶ୍ୱର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l

ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଲ ସଭାପତିତ୍ୱ କରିଥିଲେ lପାଠଚକ୍ର ଥିଲା ଲକ୍ଷ୍ମଣ ନାୟକଙ୍କ ଦୃଷ୍ଟି ଦିଗନ୍ତ ଓ ଦାଶରଥି ନନ୍ଦଙ୍କ ଲିଖିତ ପୁସ୍ତକ ଉପରେ ଆଲୋଚନା l ଏହି ପାଠଚକ୍ରରେ ଅଧ୍ୟାପକ ସୁଶାନ୍ତ ସୁନା, ଅଧ୍ୟାପିକା ରୀନା ମହାନ୍ତି, ଅନିରୁଦ୍ଧ ସାହୁ, ସ୍ଵାଗତିକା ସାହୁ, ସମୀର କୁମାର କହଁର, ଉପସ୍ଥିତ ରହିବା ସହ +୩ ଓଡ଼ିଆ ବିଭାଗର ଷଷ୍ଠ ସେମିଷ୍ଟାର ସମସ୍ତ ଛାତ୍ରଛାତ୍ରୀ, ପ୍ରଥମ ବର୍ଷ ଓ ଶେଷ ବର୍ଷ ଛାତ୍ରଛାତ୍ରୀ ଉପସ୍ଥିତ ରହି ପାଠଚକ୍ର ଆଲୋଚନା ରୂପାନ୍ତରକରିବାରେ ସାଫଲ୍ୟ ମଣ୍ଡିତ କରିଛନ୍ତି l

Advertisement