Thursday, November 19, 2026
ADVERTISEMENT
Home ଜାତୀୟ ସାବରିମାଳା ମାମଲାରେ ଅଯୋଧ୍ୟା ଶୁଣାଣିକୁ ଅନୁସରଣ କରିବାକୁ କହିଲେ ବୃହତ୍ତର ଖଣ୍ଡପୀଠ

ସାବରିମାଳା ମାମଲାରେ ଅଯୋଧ୍ୟା ଶୁଣାଣିକୁ ଅନୁସରଣ କରିବାକୁ କହିଲେ ବୃହତ୍ତର ଖଣ୍ଡପୀଠ

394
ADVERTISEMENT

ନୂଆଦିଲ୍ଲୀ,୧୩ା୧(ଡି.ଏଚ): ସାବରିମାଲା ଏବଂ ସେଥିସହ ଜଡ଼ିତ ଅନ୍ୟାନ୍ୟ ପ୍ରସଙ୍ଗରେ ଉପୁଜିଥିବା ସମସ୍ୟାଗୁଡ଼ିକୁ ଚୂଡ଼ାନ୍ତ କରିବାକୁ ସୋମବାର ଦିନ ସୁପ୍ରିମ୍‌ କୋର୍ଟର ୯ଜଣ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଓକିଲମାନଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େଙ୍କ ନେତୃତ୍ୱାଧୀନ ଖଣ୍ଡପୀଠର ବିଚାରପତି ଆର୍‌ ବାନୁମତୀ, ଅଶୋକ ଭୂଷଣ, ଏଲ୍‌ ନାଗେଶ୍ୱର ରାଓ, ମୋହନ ଏମ୍‌ ଶାନ୍ତାଗୌଦର, ଅବ୍ଦୁଲ୍‌ ମାଜୀର, ସୁଧାଶ ରେଡ୍ଡୀ, ବିଆର୍‌ ଗଓ୍ଵାଇ ଏବଂ ସୂର୍ଯ୍ୟକାନ୍ତ ଏହି ଆଦେଶ ଦେଇଛନ୍ତି। ଅଦାଲତଙ୍କ ଆଦେଶ ଅନୁସାରେ ଜାନୁଆରି ୧୭ ତାରିଖ ଦିନ ଓକିଲମାନେ ଏକତ୍ର ହେବେ। ଶୁଣାଣି ଲାଗି ସୋମବାର ଦିନ ଖଣ୍ଡପୀଠ ସମ୍ମିଳିତ ହେବା ମାତ୍ରେ ଭାରତର ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ କହିଲେ: ଆମେ ରିଭିଉ ପିଟିସନ୍‌ଗୁଡ଼ିକର ଶୁଣାଣି କରୁନାହୁଁ। ପାଞ୍ଚଜଣିଆ ଖଣ୍ଡପୀଠ ଯେଉଁ ସାତଟି ପ୍ରଶ୍ନ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍‌ କରିଥିଲେ ଆମେ କେବଳ ସେଗୁଡ଼ିକର ଶୁଣାଣି କରୁଛୁ। କେରଳର ସାବରିମାଲା ମନ୍ଦିର ମଧ୍ୟକୁ ସବୁ ବୟସ ବର୍ଗର ମହିଳାମାନଙ୍କୁ ପ୍ରବେଶ କରିବାକୁ ସୁପ୍ରିମ୍‌ କୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ୫୦ରୁ ଅଧିକ ରିଭିଉ ପିଟିସନ୍‌ ଦାଖଲ କରାଯାଇଛି।

Advertisement