Wednesday, September 23, 2026
ADVERTISEMENT
Home ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସେସିଏସନ ଅଫ୍‌ ନୂଆପଡ଼ା ତରଫରୁ ଦୁଇ ଜଣ ସମାଜସେବୀଙ୍କୁ ସମ୍ନାନୀତ

ଜର୍ଣ୍ଣାଲିଷ୍ଟ ଏସେସିଏସନ ଅଫ୍‌ ନୂଆପଡ଼ା ତରଫରୁ ଦୁଇ ଜଣ ସମାଜସେବୀଙ୍କୁ ସମ୍ନାନୀତ

398
ADVERTISEMENT

ନୂଆପଡ଼ା,୧୨।୧(ଡି.ଏଚ/ମନୋଜ କୁମାର ରଣା) : ଏ ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀମାନଙ୍କ ବିଷୟରେ ବିଶେଷ କରି କିଶୋରୀ ଓ ଯୁବତୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜୀବନକୁ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଦୁଇ ଜଣ ସମାଜସେବୀ ଶ୍ରୁଶ୍ରୀ ଯଶୋଦା ପାଣ୍ଡେ ଗ୍ରାମ ହଳଦୀର ବାସିନ୍ଦା ଓ ଶ୍ରୁଶ୍ରୀ ସାଳିନୀ ସାହୁ ଗ୍ରାମ ଜେଞ୍ଜରା ନିବାସୀ। ସେମାନେ କମ୍ ବୟସରେ କିଶୋରୀ ଓ ଯୁବତୀମାନଙ୍କ ଅଧିକାର ସଂପର୍କରେ ନୂଆପଡ଼ା ଜିଲ୍ଲାରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରୁଛନ୍ତି । ଅନନ୍ୟା ବାଳିକା ଫେଡେରେସନ୍ ଓ ମଦର ଟେରେସା ଯୁବତୀ ସଂଘ ଦ୍ଵାରା ନିଜ କାର୍ଯ୍ୟନୁଷ୍ଠାନ ଯୋଗୁଁ ବିଭିନ୍ନ ଗାଁ ମାନଙ୍କରେ ଶତାଧିକ କିଶୋରୀ ଓ ଯୁବତୀଙ୍କ ଆଦର୍ଶ ହୋଇ ଯାଇଛନ୍ତି । ସେମାନଙ୍କ ର ସ୍ବପ୍ନ ଯେ ବାଲ୍ୟବିବାହ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ଆଉ ତାଙ୍କର ଏହି ପ୍ରୟାସ ସଫଳ ମଧ୍ୟ ହୋଇପାରୁଛି ତାଙ୍କର ବଳିଷ୍ଠ ଉଦ୍ୟମରେ ଏଯାଏଁ ସାଳୀନୀ ୧୩ଟି ଓ ଯଶୋଦା ୧୫ ଟି ବାଲ୍ୟ ବିବାହକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଜିଲ୍ଲାରେ ଏକ ଚର୍ଚ୍ଚିତ ଚେହେରା ପାଇଁ ସୁପରିଚିତ ହୋଇଯାଇଛନ୍ତି ।କେବଳ ବାଲ୍ୟ ବିବାହ ବନ୍ଦ କରିବାର ସ୍ବପ୍ନ ଦେଖୁ ନାହାନ୍ତି ସ୍ୱପ୍ନ ଦେଖୁଛନ୍ତି, କିଶୋରୀ ଯୁବତୀମାନଙ୍କ ସ୍ବାହ୍ନା ପରିଛନ୍ନତା, ବାଲ୍ୟ ବିବାହ ,ବାଳିକା ଶିକ୍ଷା, ଲିଙ୍ଗଗତ ସମାନତା ଥିବା ସମାଜ ଗଠନ । ସେମାନଙ୍କ ଭଳି ଦୁଇ ଜଣ ନାରୀ ପ୍ରତିଭାକୁ ପାଇ ନୂଆପଡ଼ା ଜିଲ୍ଲା ସତରେ ଆଜି ଗର୍ବିତ ମନେ କରୁଛି ବୋଲି ଜାନିର ସଭାପତି କହିଛନ୍ତି ଓ ଜଣ୍ଣାଲିଷ୍ଟ ଏସେସିଏସନ ଅଫ ନୂଆପଡ଼ା (ଜାନି) ତରଫରୁ ସମ୍ମାନିତ ମଧ୍ୟ ହୋଇଛନ୍ତି ।

Advertisement