Thursday, September 24, 2026
ADVERTISEMENT
Home ଜିଲ୍ଲା ନୂଆପଡ଼ାର କୋଶଳୀ ଧନୁଯାତ୍ରା ଆସନ୍ତା ୧୮ତାରିଖରୁ

ନୂଆପଡ଼ାର କୋଶଳୀ ଧନୁଯାତ୍ରା ଆସନ୍ତା ୧୮ତାରିଖରୁ

618
ADVERTISEMENT

ନୂଆପଡ଼ା,୧୨।୧(ଡି.ଏଚ/ମନୋଜ କୁମାର ରଣା) : ନୂଆପଡ଼ା ଜିଲ୍ଲା ର ବଡ଼ ଧନୁଯାତ୍ରା କୋଶଳୀ ଭାଷାରେ କୋଶଳୀ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ଏଇ ଜାନୁଆରୀ ୧୮ ତାରିଖ ଠାରୁ । ଆଜି କୋଶଳୀ ଧନୁଯାତ୍ରାର ଲଗ୍ନ ଧାର୍ଯ୍ୟ କରିବା ପାଇଁ ଓ ଶୁଭ ସ୍ଥମ୍ବ ସ୍ଥାପନ କରିବା ପାଇଁ ନୂଆପଡ଼ା ସ୍ଥିତ ଏନଏସି ଅନ୍ତର୍ଗତ ୧୩/୧୪ ୱଡ଼ ମହୁଆଭଟା ଗ୍ରାମରେ ଆସିଥିଲେ ମହାରାଜା କଂସ ଭୂମିକାରେ ଥିବା ମଧୁସୂଦନ ପାଣିଗ୍ରାହୀ । ଏହି ମହୁଆଭଟା ଗ୍ରାମ ରେ ପ୍ରତେକ ବର୍ଷ ଗୋପପୁର ନଗରୀ କରାଯାଇଥାଏ ଏବଂ ଏଥର ବି ମହୁଆଭଟା ଗାଁ ଗୋପପୁର ରେ ପରିଣତ ହେବାକୁ ଯାଉଛି ଏଇ ଥର ବି ସମସ୍ତ ଗୋପପୁର ନଗରୀ(ମହୁଆଭଟା) ବାସୀଙ୍କୁ ଧନୁଯାତ୍ରା ଦେଖିଯିବା ପାଇଁ ଆମନ୍ତ୍ରଣ କଲେ ଆଉ ସମସ୍ତ ଙ୍କୁ ଅବଗତ କରାଇଲେ ଜେ ଏଇ ଜାନୁଆରୀ ମାସ ୧୮ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ କୋଶଲି ଧନୁଯାତ୍ରା ହେବ । ଏହା ହେଉଛି ନୂଆପଡ଼ା ଜିଲ୍ଲାର କୋଶଳୀ ଭାଷାକୁ ନେଇ ତାଙ୍କର ସଂସ୍କୃତିକୁ ନେଇ ଗୋଟିଏ ବଡ଼ ଖୋଲା ମଞ୍ଚ ।

Advertisement