ପଟ୍ଟାଙ୍ଗି ମହାବିଦ୍ୟାଳୟରେ ରଜତ ଜୟନ୍ତୀ ପାଳନ

270
ADVERTISEMENT

ପଟ୍ଟାଙ୍ଗି,୯/୧(ଡି.ଏଚ/ମହେଶ୍ୱର ପ୍ରଧାନ) : କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟ ଠାରେ ଆଜି ରଜତ ଜୟନ୍ତୀ ପାଳିତ ହୋଇଯାଇଛି 1994 ରେ ସ୍ଥାପିତ ହୋଇଥିବା ମହା ବିଦ୍ୟାଳୟ ଆଜିକୁ 25 ବର୍ଷ ଅତିକ୍ରମ କରି ସାରିଥିବା ଉପଲକ୍ଷେ ଆଜି ରଜତ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଉକ୍ତ ଉତ୍ସବରେ ବୟନ ଓ ହସ୍ତ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଓ ସ୍ଥାନୀୟ ପୂର୍ବତନ ବିଧାୟକ ଶ୍ରୀ ପ୍ରଫୁଲ କୁମାର ପାଙ୍ଗି ଉକ୍ତ ଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହା ବିଦ୍ୟାଳୟର ସମସ୍ୟା ବୁଝି ତାର ସମାଧାନ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଏବଂ ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଡ଼. ବିଷ୍ଣୁ ଚରଣ ଚୌଧୁରୀ, ପ୍ରଫେସର ବ୍ରହ୍ମପୁର ୟୁନିଭରସିଟି ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ଅବିଭାବକ ଉପସ୍ଥିତ ରହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Advertisement