ନୂଆଦିଲ୍ଲୀ, ୨୬/୬(ଡ଼ିଏଚବି): କେନ୍ଦ୍ର ସରକାର ଆଜି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ୍(ର) ଚିଫ୍ ରୂପେ ସାମନ୍ତ ଗୋଏଲଙ୍କୁ ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍ର ଏହି ଆଇପିଏସ୍ ଅଫିସର ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ର ପ୍ଲାନିଂ କରିଥିବା କଥା କୁହାଯାଉଛି। ସେ ବର୍ତ୍ତମାନ ‘ର’ ଚିଫ୍ ଅନୀଲ୍ କୁମାର ଧସ୍ମାନାଙ୍କ ସ୍ଥାନରେ କାର୍ଯ୍ୟକରିବେ। ସେହିପରି ମୋଦି ସରକାର ଇଣ୍ଟଲିଜେନ୍ସ ବ୍ୟୁରୋ ନିର୍ଦ୍ଦେଶକ ଭାବେ ଆଇପିଏସ୍ ଅଫିସର ଅରବିନ୍ଦ କୁମାରଙ୍କୁ ନିଯୁକ୍ତ କରିଛନ୍ତି।