Thursday, September 24, 2026
ADVERTISEMENT
Home ଜାତୀୟ ଜାନୁଆରି ୩୧ରୁ ପାର୍ଲାମେଣ୍ଟ୍‌ରେ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍‌ ଅଧିବେଶନ

ଜାନୁଆରି ୩୧ରୁ ପାର୍ଲାମେଣ୍ଟ୍‌ରେ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ୍‌ ଅଧିବେଶନ

431
ADVERTISEMENT

ନୂଆଦିଲ୍ଲୀ,୯/୧(ଡି.ଏଚ): ଜାନୁଆରି ୩୧ ରୁ ଫେବ୍ରୁଆରି ୧୧ ଏବଂ ମାର୍ଚ ୨ ରୁ ଏପ୍ରିଲ୍‌ ୩ ତାରିଖ ଯାଏଁ ଦୁଇଟି ପର୍ଯ୍ୟାୟରେ ପାର୍ଲାମେଣ୍ଟ୍‌ରେ ବଜେଟ୍‌ ଅଧିବେଶନ (ବର୍ଷ ୨୦୨୦-୨୧) ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍‌ କମିଟି କହିଛି। ଦୁଇଟି ବଜେଟ୍‌ ଅଧିବେଶନ ମଧ୍ୟର ସଂକ୍ଷିପ୍ତ ବିରତି ରହିବ ବୋଲି ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍‌ କମିଟି କହିଛି। ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ କେନ୍ଦ୍ର ବଜେଟ୍‌ ଆଗତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଚାଲିଥିବା ନାଗରିକତା ସଂଶୋଧନ ଆଇନ ବିବାଦ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଦୃଷ୍ଟିରୁ ଏଥର ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନ ଖୁବ୍‌ ଗୁରୁତ୍ୱ ରହିଛି ବୋଲି କୁହାଯାଉଛି। ବଜେଟ୍‌ ଅଧିବେଶନରେ ‘ସିଏଏ’ ଉପରେ ଅଧିକ ଧ୍ୟାନ ରହିବ ବୋଲି ଆଶା କରାଯାଉଥିବା ବେଳେ ବିରୋଧୀ ଦଳମାନେ ଆର୍ଥିକ ପରିସ୍ଥିତ ସୁଧାରିବା ସଂକ୍ରାନ୍ତରେ ସରକାରଙ୍କୁ ପ୍ରଶ୍ନ ପଚାରିବାର ସମ୍ଭାବନା ରହିଛି।

ଜିଡିପିର ବର୍ଦ୍ଧିତ ଆକଳନ ଅନୁସାରେ, ୨୦୨୦-୨୧ରେ ଭାରତର ଅର୍ଥନୀତି ୫ ପ୍ରତିଶତ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଗୋଟିଏ ଦଶନ୍ଧି ମଧ୍ୟରେ ଏହା ହେଉଛି ଆର୍ଥିକ ଅଗ୍ରଗତିର ସବୁଠୁ ମନ୍ଥର ଗତି। କିନ୍ତୁ, ସରକାର ବଜେଟ୍‌ ଘୋଷଣା କରିବା ଉପରେ ହିଁ ସବୁ ନିର୍ଭରଶୀଳ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି।

Advertisement