Saturday, September 26, 2026
ADVERTISEMENT
Home କୋରାପୁଟ କାରରୁ ୧ କୁଇଣ୍ଟାଲ ୬୯ କିଲୋ ଗଞ୍ଜେଇ ଜବତ

କାରରୁ ୧ କୁଇଣ୍ଟାଲ ୬୯ କିଲୋ ଗଞ୍ଜେଇ ଜବତ

294
ADVERTISEMENT

କୋଟପାଡ,୯/୧(ଡି.ଏଚ/ସୁନୀଲ ଦାସ ) : କୋଟପାଡ ପୁଲିସକୁ ମିଳିଛି ବଢ ସଫଳତା କୋରାପୁଟ ଜିଲ୍ଲା କୋଟପାଡ ସ୍ଥିତ ସୁର୍ଲି ଗ୍ରାମ ନିକଟରେ ପୁଲିସ ଏକ କାର୍ ରୁ ୧ କୁଇଣ୍ଟାଲ ୬୯ କିଲୋ ଗଞ୍ଜେଇ ଜବତ କରିଛି । କୋଟପାଡ ପୋଲିସଙ୍କ ସୂଚନା ଅନୁଯାୟୀ ଗତ କାଲି ରାତିରେ କୋଟପାଡ ପୁଲିସ ପେଟ୍ରୋଲିଂ କରିବା ସମୟରେ ସୁର୍ଲି ଗ୍ରାମ ନିକଟରେ ଏକ କାର୍ ( JH 03.E.7007) ପୁଲିସ ସନ୍ଧେହ କରି ଅଟକାଇବା ସମୟରେ କାରରେ ବସିଥିବା ଦୁଇ ଗଞ୍ଜେଇ ମାଫିଆ ବହୁତ କୁହୁଡି ପଡିଥିବା ସୁଯୋଗ ନେଇ ପଳାୟନ କରିଥିଲେ । ଯାଞ୍ଚ ପରେ କାର ଭିତରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ସେମାନେ ଏହି ଗଞ୍ଜେଇ କେଉଁଠୁ ଆଣିଲେ ଓ କେଉଁଠି ଚାଲାଣ କରୁଥିଲେ ଏହି ବିଷୟରେ ତଦନ୍ତ କରାଯିବ ବୋଲି ପୋଲିସ ପ୍ରତିକ୍ରିୟା ଦେଇଛନ୍ତି ଏନେଇ କୋଟପାଡ ଥାନାରେ ଏକ ମାମଲା ରୁଜୁ କୋରାଯାଇ ଏହି କାର୍ କୁ ଯାଞ୍ଚ କରି ଅପରାଧୀ ମାନଙ୍କ ପାଖରେ ଆମେ ପହଞ୍ଚିବୁ ବୋଲି କୋଟପାଡ ପୋଲିସ ପ୍ରକାଶ କରିଛନ୍ତି ।

Advertisement