Friday, November 6, 2026
ADVERTISEMENT
Home ଗଜପତି s.k.c.g ସ୍ବୟଶାସିତ ମହାବିଦ୍ଯାଳୟରେ ଜାତିୟଶିକ୍ଷ୍ୟା ନୀତି ଖସଡା ଆଲୋଚନା ଚକ୍ର ଅନୁଷ୍ଠିତ

s.k.c.g ସ୍ବୟଶାସିତ ମହାବିଦ୍ଯାଳୟରେ ଜାତିୟଶିକ୍ଷ୍ୟା ନୀତି ଖସଡା ଆଲୋଚନା ଚକ୍ର ଅନୁଷ୍ଠିତ

283
ADVERTISEMENT

ଗଜପତି,୮।୧(ଡି.ଏଚ/ପ୍ରଭାତ ପାତ୍ର ): ମହାବିଦ୍ଯାଳୟର ଅଧ୍ଯକ୍ଷା ପ୍ରଫେସର ଗାୟତ୍ରୀ ଦେବୀକ୍କ ଅଧ୍ଯକ୍ଷତତାରେ ଜାତିୟ ଶିକ୍ଷାନୀତି ଶିର୍ଷକରେ ଜାତିୟ ପାଠଚକ୍ର ଅନୁଷ୍ଟିତ ହୋଇଛି । ଏହି ଆଲୋଚନା ଚକ୍ରରେ ଡ.ସ୍ନେହପ୍ରଭା ପଣ୍ତା ସ୍ବାଗତ ଭାଷଣ ଦେଇଥିବାଳେ ଡ. ଜିତେନ୍ଦ୍ର ପଟ୍ଟନାୟକ ଅତିଥିମାନକର ପରିଚୟ ପ୍ରଦାନ କରିବା ସହ ଆଲୋଚନା ଚକ୍ରର ଉଦେଶ୍ଯ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ ଆଦ୍ଯପଯ୍ଯାୟରେ ଆମନ୍ତ୍ରତ ଅତିଥି ଇଂରାଜୀ ବିଭାଗର ଅବସର ପ୍ରାପ୍ତ ପ୍ରଫେସର ଡ. ରଣଜିତ କୁମାର ପତି ଜାତିୟ ଶିକ୍ଷାନୀତି ଖସଡାର ଉର୍କଷତା ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରୀ ସେଥ୍ଚୁରିୟନ ବିଶ୍ବବିଦ୍ଯାଳୟର ଇଂରାଜୀ ବିଭାଗର ଡ. ପ୍ରଜ୍ଞାପାଣି ସ୍ବାଗତ ଉପସ୍ଥାପନ କରିଥିଲେ । ଜବହାରଲାଲ୍ ନେହୁରୁ ବିଦ୍ଯାଳୟ (ନୁଆ ଦିଲ୍ଲୀ )ର ଶିକ୍ଷା ଓ ସମାଜ ଶାସ୍ତ୍ର ବିଭାଗର ସହାୟକ ପ୍ରଫେସର ପ୍ରଦିପ କୁମାର ଚୌଧୁରୀ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ ଭାରତ ସରକାର ଓ ବିଭିନ୍ନ ରାଜ୍ଯ ସରକାର କ୍କ ର ଶିକ୍ଷାନୀତି ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ଆଲୋଚନାଚକ୍ର ର ସଂଯୋଜକ ଡ. ଭଯୋମନ ବେହେରା ଏବଂ ଆୟଜନ ସଚିବଭାବେ ଡ. ବିଘ୍ନେଶ୍ବର ମିଶ୍ର, ଡ.ସନ୍ଦିପନ ବାନାର୍ଜୀ ,ଶ୍ରୀ ବୈଲୋଚନ ବେହରା ସକ୍ରିୟ ଭୁମିକା ଗ୍ରହଣ କରୀଥିଲେ । ଏହି ଆଲୋଚନା ଚକ୍ରରେ ସର୍ବଭାରତୀୟ ସ୍ତରରେ 123 ଜଣ ପ୍ରତିଭାଗି ଯୋଗଦେଇଥିଲେ, ପରିଶେଷରେ ଅଧ୍ଯାପକ ଡ. ଚନ୍ଦ୍ରଶେଖର ଦାସ ସମସ୍ତକୁ ଧନ୍ଯବାଦ ଅର୍ପଣ କରିଥିଲେ ।

Advertisement