Monday, September 21, 2026
ADVERTISEMENT
Home ଜାତୀୟ ଆସନ୍ତା ଜି-୨୦ ସମ୍ମିଳନୀରେ ହେବ ମୋଦୀ-ଟ୍ରମ୍ପ ବୈଠକ

ଆସନ୍ତା ଜି-୨୦ ସମ୍ମିଳନୀରେ ହେବ ମୋଦୀ-ଟ୍ରମ୍ପ ବୈଠକ

376
ADVERTISEMENT

ନୂଆଦିଲ୍ଲୀ, ୨୫/୬(ଡ଼ିଏଚବି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ଓସାକାରେ ଚଳିତ ମାସ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ, ଜାପାନ, ଇଣ୍ଡୋନେସିଆ, ଆମେରିକା ଏବଂ ତୁର୍କୀର ନେତାଙ୍କ ସହ ଦ୍ୱିପାକ୍ଷିକ କଥାବାର୍ତ୍ତା କରିବେ। ଏହା ସହ ସେଠାରେ ସେ ବ୍ରିକ୍ସ(ବ୍ରାଜିଲ, ରୁଷ, ଭାରତ, ଚୀନ ଏବଂ ଦକ୍ଷିଣ ଆଫ୍ରିକା) ଏବଂ ରିକ(ରୁଷ, ଚୀନ, ଭାରତ) ନେତାଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ।

ସେହିପରି ଜୁନ ୨୭ରୁ ୨୯ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି ଜି-୨୦ ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ସମେତ ବିଶ୍ୱର କେତେକ ନେତାଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ବ୍ୟାପାର ସମେତ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଟ୍ରମ୍ପ ଜୁନ ୨୭ରେ ଜାପାନ ଗସ୍ତ କରିବେ। ଲୋକସଭା ନିର୍ବାଚନ ପରେ ଜାପାନରେ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ପ୍ରଥମ ବୈଠକ ହେବ। ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କୁ ଟ୍ରମ୍ପ ଫୋନ୍‍ କରି ଅଭିନନ୍ଦନ ଜଣାଇଥିଲେ। ତେଣୁ, ମୋଦୀ ଏବଂ ଟ୍ରମ୍ପଙ୍କ ସାକ୍ଷାତକାର ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।

Advertisement